୨୦ ତାରିଖରୁ ହେବାକୁ ଥିବା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ, ବିଧାନସଭା ପରିସରରେ ସଂଗ୍ରହ କରାଯିବ ନମୁନା

Advertisment
୨୦ ତାରିଖରୁ ହେବାକୁ ଥିବା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ, ବିଧାନସଭା ପରିସରରେ ସଂଗ୍ରହ କରାଯିବ ନମୁନା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ଆଗରୁ ସମସ୍ତ ବିଧାୟକ, ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଆସନ୍ତା ୧୭ରୁ ୧୯ ତାରିଖ, ୩ ଦିନ ଧରି ନମୁନା ସଂଗ୍ରହ କରାଯିବ । ଏଥିପାଇଁ ବିଧାନସଭା ପରିସରରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଯୋଗାଇ ଦିଆଯିବ । ଏନେଇ ବିଏମସି, କ୍ୟାପିଟାଲ ହସ୍ପିଟାଲ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Odisha Legislative Assembly odishaassembly.nic.in

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତା ୧୭ ଓ ୧୮ ତାରିଖରେ ସକାଳ ସାଢେ ୮ଟାରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏଁ ବିଧାନସଭା ପରିସରରେ ନମୁନା ସଂଗ୍ରହ କରାଯିବ । ୧୯ ତାରିଖ ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୧ଟା ଯାଏଁ ପରୀକ୍ଷା କରାଯିବ । ବିଧାନସଭା ଅଧିବେଶନ ଶେଷ ହେବା ପରେ ପୁଣି ଥରେ ସମସ୍ତ ସଦସ୍ୟଙ୍କ ଆରଟିପିସିଆର ନମୁନା ସଂଗ୍ରହ ହୋଇ ପରୀକ୍ଷା କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe