ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ, ନେଗେଟିଭ୍ ରିପୋର୍ଟ ଆସିଲେ ପ୍ରବେଶ ପାଇଁ ଅନୁମତି ମିଳିବ

Advertisment
ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ, ନେଗେଟିଭ୍ ରିପୋର୍ଟ ଆସିଲେ ପ୍ରବେଶ ପାଇଁ ଅନୁମତି ମିଳିବ

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏହି ଟେଷ୍ଟ ହେବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ବୋଲି କୁହାଯାଇଛି ।

ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଏହାପୂର୍ବରୁ କୋଭିଡ୍ ସଚେତନତା ପୂର୍ବକ ଏହି କରୋନା ଟେଷ୍ଟ ହେବ । ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ସାଢେ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ଟେଷ୍ଟ ହେବ । ସେହିଭଳି ୧୭ ତାରିଖରେ ସାଢେ ୮ଟାରୁ ସାଢେ ୧ଟା ଯାଏଁ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ ହେବ ।

ଅନ୍ୟପଟେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥତା ଅନୁଭବ କରନ୍ତି ତେବେ ତାଙ୍କର ଚିକିତ୍ସା କରାଯିବା ସହିତ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି ।କେବଳ ସେତିକି ନୁହେଁ, ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe