କରୋନାରୁ ବର୍ତ୍ତିବା ଲାଗି କେମିତି ରହିବେ ସତର୍କ, ସୁବ୍ରତ ବାଗ୍‌ଚୀ ଦେଲେ ପରାମର୍ଶ

Advertisment
କରୋନାରୁ ବର୍ତ୍ତିବା ଲାଗି କେମିତି ରହିବେ ସତର୍କ, ସୁବ୍ରତ ବାଗ୍‌ଚୀ ଦେଲେ ପରାମର୍ଶ

ଭୁବନେଶ୍ୱର: କରୋନା ମୁକାମିଲା ପାଇଁ ସାରା ବିଶ୍ୱରେ ଓଡ଼ିଶାର ଯୁଦ୍ଧକୁ ମଡେଲ ବୋଲି କୁହାଯାଉଛି। କରୋନା ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛି। କିନ୍ତୁ ଆଗାମୀ ଦିନରେ ଲୋକଙ୍କୁ ସତର୍କ ରହିବାକୁ ହେବ। ଶୀତ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଲୋକଙ୍କୁ ସତର୍କତା ପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

ବାଗ୍‌ଚୀଙ୍କ ମନ୍ତ୍ର କ’ଣ

-ସବୁ ବେଳେ ମାସ୍କ ପିନ୍ଧିବା।
-କୌଣସି ଜିନିଷ ଉପରେ ହାତ ସ୍ପର୍ଶ ହେଉଥିଲେ ହାତକୁ ଭଲ ଭାବରେ ଧୋଇବା।
-ଘର ହେଉ କି ବଜାର ଭିତରେ ହେଉ, ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବା।
-ଶରୀରରେ କୌଣସି ପ୍ରକାର ଲକ୍ଷଣ ଦେଖିଲେ, ଡାକ୍ତରଖାନାକୁ ଯାଇ ନମୁନା ପରୀକ୍ଷା କରାଇବା। ଶରୀରକୁ ଅସୁସ୍ଥ ଲାଗୁଥିଲେ ଲୁଚାଇ ରଖିବା ନାହିଁ।
-କିଛି ଦେଶରେ ପୁଣି ଥରେ ଲକ୍‌ଡାଉନ ଆରମ୍ଭ ହୋଇଯାଇଛି।
-ଶୀତଦିନ ଆସିଯାଇଥିବାରୁ ସୁସ୍ଥ ରହିବା ପାଇଁ ସାମାନ୍ୟ କାଶ ଓ ଥଣ୍ଡାରୁ ମୁକ୍ତ ରହିବା ଲାଗି ନିଜର ଯତ୍ନ ନେବା।

publive-image image source-cdc

କୋଭିଡ ପରେ କ’ଣ କରିବେ?

କୋଭିଡ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ୪ରୁ ୬ ସପ୍ତାହ ମଧ୍ୟରେ ଡାକ୍ତରଙ୍କ ପାଖକୁ ଯିବେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ କାମ କରିବେ।
-ଟିକା କେବେ ଆସିବ ତାହା ଜଣା ନାହିଁ। ତେଣୁ ପ୍ରତିଷେଧ ନୁହେଁ ପ୍ରତିରୋଧକୁ ଏକମାତ୍ର ଅସ୍ତ୍ର କରିବେ।
-ନିଜର ଚାରିତ୍ରିକ ଓ ବ୍ୟବହାରକୁ ପରିବର୍ତ୍ତନ ଜାରି ରଖିବେ।
-ସାମାନ୍ୟ ଲକ୍ଷଣକୁ ଅଣଦେଖା କରିବେ ନାହିଁ।
-ପରୀକ୍ଷାକୁ ନିଃଶୁଳ୍କ ରଖାଯାଇଛି। ତେଣୁ ପରୀକ୍ଷା ପାଇଁ ଲୋକେ ଆଗେଇ ଆସନ୍ତୁ ।

ଭୁବନେଶ୍ୱରରେ କରୋନା ମୁକାବିଲା ଏମିତି

-ଭୁବନେଶ୍ୱରବାସୀ ଗତ ୮ ମାସ ମଧ୍ୟରେ ଅନେକ ତ୍ୟାଗ କରିଛନ୍ତି ଓ ଧୈର୍ଯ୍ୟ ରଖିଛନ୍ତି।
-ଏଠାରେ ୧୧ ଲକ୍ଷ ବାସିନ୍ଦା ଥିବା ବେଳେ ସାଢ଼େ ୩ ଲକ୍ଷ ନମୁନା ପରୀକ୍ଷା ହୋଇଛି।
-ଭୁବନେଶ୍ୱରରେ ୩ଟି କୋଭିଡ କେୟାର ସେଣ୍ଟର, ୭ଟି ହସ୍ପିଟାଲ, ୧୭୩୮ ବେଡ, ୫୦୯ଟି ଆଇସିୟୁ (ଏଥିରେ ୨୧୬ ଭେଣ୍ଟିଲେଟର। ବ୍ୟବସ୍ଥା ହୋଇଛି।
-କୋଭିଡ ମୁକାବିଲା ଲାଗି ଭୁବନେଶ୍ୱରରେ ୫୦୦୦ କୋଭିଡ ଯୋଦ୍ଧା ସମର୍ପିତ ଅଛନ୍ତି।
-ଡାକ୍ତର, ନର୍ସ, ବିଏମସି କର୍ମଚାରୀ, ସରକାରୀ ଓ ଘରୋଇ କର୍ମଚାରୀ କୋଭିଡ ଯୁଦ୍ଧରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱରେ ଏବେ ୪ କୋଟି ୫୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଏଥିରୁ ୧୧ ଲକ୍ଷ ୮୬ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଭାରତରେ ୮୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ୧ ଲକ୍ଷ ୨୧ ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି। ଓଡ଼ିଶାରେ ୨ ଲକ୍ଷ ୮୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିରୁ ୨ ଲକ୍ଷ ୭୦ ହଜାର ସୁସ୍ଥ ହୋଇସାରିଛନ୍ତି। ୧୨୯୭ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe