Telegraph India
କଟକ ଜୁନ୍ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁ ଯାଇପାରେ। ଏପରିକି ମୃତ୍ୟୁ ସଂଖ୍ୟା ମଧ୍ୟ ଶହେ ପାଖାପାଖି ପହଞ୍ଚି ପାରେ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ତଥା କୋଭିଡ୍ କ୍ରିଟିକାଲ କେୟାର ତାଲିମ୍ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା। ସସ୍ପେକ୍ଟେବିଲିଟି ଇନ୍ଫେକ୍ସନ୍ ରିକଭରି (ଏସ୍ଆଇଆର୍) ଏ ସଂପର୍କରେ ଆକଳନ କରିଥିବାବେଳେ ରିପ୍ରକ୍ସନ୍ ରେସିଓ(ଆରଓ) ରାଜ୍ୟ ପାଇଁ ଏଭଳି ସତର୍କ ସୂଚନା ଦେଇଥିବା ସେ କହିଛନ୍ତି।
କିନ୍ତୁ ଭଲ କଥା ହେଉଛି, ମୃତକଙ୍କ ସଂଖ୍ୟା ଅଧିକ ହେବେ ନାହିଁ ଓ ଏହା ଶହେ ଭିତରେ ସୀମିତ ରହିବ ବୋଲି ସ୍ଥିତିର ସମୀକ୍ଷାରୁ ଆକଳନ କରାଯାଉଛି। ଜନ୍ହକିନ୍ ବିଶ୍ବବିଦ୍ୟାଳୟର ଆକଳନ ଅନୁସାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇ ସୁଦ୍ଧା ଅଢେଇ ଲକ୍ଷରେ ପହଞ୍ଚିବ। ମୃତ୍ୟୁ ସଂଖ୍ୟା ୫ ହଜାରରେ ପହଞ୍ଚିବ। ଏହି ବିଶ୍ବବିଦ୍ୟାଳୟ କରୋନା ସଂପର୍କରେ ବିଭିନ୍ନ ପର୍ଯ୍ୟାୟରେ ତାର ଆକଳନ କରୁଛି। ଲକ୍ଡାଉନ୍, ହାତ ସଫା, ସାମାଜିକ ଦୂରତ୍ବ ଯଦି କଡାକଡି ଭାବେ ପାଳନ କରାଯାଏ ତେବେ ଏହି ଆକଳନ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ। ଯଦି ଫ୍ଲାଇଟ୍, ରେଳ, ବସ୍ ସେବା ସବୁ ଚାଲେ, ଅଫିସ୍, ସ୍କୁଲ ଖୋଲାଯାଏ ଓ ସାମାଜିକ ଦୂରତ୍ବ ପ୍ରଭାବିତ ହୁଏ, ତା’ହେଲେ ଆକଳନ ଠାରୁ ବି ଅଧିକ ହୋଇପାରନ୍ତି ରୋଗୀଙ୍କ ସଂଖ୍ୟା। ଏଭଳି ସ୍ଥିତିରେ ରୋଗୀ ସଂଖ୍ୟା ବଢିବେ କିନ୍ତୁ ମୃତକଙ୍କ ସଂଖ୍ୟା ବିଶେଷ ବଢିବ ନାହିଁ। ତେଣୁ ଅଧିକାଂଶ ସାମାନ୍ୟ ଓ ଲକ୍ଷଣର ପୂର୍ବାବସ୍ଥାରେ ରହିବେ ଅର୍ଥାତ୍ ମିନିସିମ୍ଟମେଟିକ୍ ଓ ପ୍ରି ସିମ୍ଟମେଟିକ୍ ରହିବେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।
Follow Us