ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

Advertisment
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୨୭ ଜଣ। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩୭୮୯ ଜଣ ଆକ୍ରାନ୍ତ।


ଆଜି ଅନୁଗୁଳ ଜିଲ୍ଲାରୁ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୦୨, ବରଗଡ଼ରୁ ୫୪, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୧୬, କଟକରୁ ୧୧୨, ଦେବଗଡ଼ରୁ ୫, ଢେଙ୍କାନାଳରୁ ୨୮, ଗଜପତିରୁ ୬, ଗଞ୍ଜାମରୁ ୨୬, ଜଗତ୍‌ସିଂହପୁରରୁ ୬୦, ଯାଜପୁରରୁ ୩୭, ଝାରସୁଗୁଡ଼ାରୁ ୩୮, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୧୫୩, କୋରାପୁଟରୁ ୨୧, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୯୩, ନବରଙ୍ଗପୁରରୁ ୩୨, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୫୫, ପୁରୀରୁ ୬୩, ରାୟଗଡ଼ାରୁ ୧୧, ସମ୍ବଲପୁର ୩୯, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୯୬ ଓ ଷ୍ଟେଟ୍‌ ପୁଲ୍‌ରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି।

ଏପଟେ ରାଜ୍ୟରେ ପୁଣି କରୋନାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe