ସକାଳେ ହେବ କରୋନା ଟିକାକରଣ, ରାତିରୁ ରାସ୍ତାରେ ଶୋଇଲେ

Advertisment
ସକାଳେ ହେବ କରୋନା ଟିକାକରଣ, ରାତିରୁ ରାସ୍ତାରେ ଶୋଇଲେ

ଭାପୁର : ମହାମାରୀ କରୋନା ଟିକା ପାଇବା ପାଇଁ ଲୋକମାନଙ୍କ ମଧ୍ୟ‌ରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଚିକିତ୍ସାଳୟକୁ ଆସିବା କାଳେ ବିଳମ୍ବ ହେବ, ଧାଡ଼ିରେ ଛିଡ଼ା ହେଲେ ମଧ୍ୟ କାଳେ ପାଳି ନ ପଡ଼ିବ, ଏମିତି ଭୟ ଲୋକମାନଙ୍କୁ ଘାରିଛି। ଯେଉଁଥିପାଇଁ ସୋମବାର ରାତିରୁ ଲୋକମାନେ ଘରଦ୍ବାର ଛାଡ଼ି ଚିକିତ୍ସାଳୟ ସମ୍ମୁଖ ରାସ୍ତାରେ ଶୋଇବା ଦେଖାଯାଇଛି। ଏଭଳି ଏକ ଚିତ୍ର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ପଦ୍ମାବତୀ ପଞ୍ଚାୟତ ଅଜିବେଦୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ‌ରୁ ଆସିଛି।

ଉଲ୍ଲେଖଯୋଗ୍ୟ, ଆଜି ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଏଠାରେ ଟିକାକରଣ କରାଯିବ। ତେଣୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୧୦ କିମି ଦୂରରେ ରହିଥିବା କେନ୍ଦୁପଲ୍ଲୀ ପଞ୍ଚାୟତ ହନୁମନ୍ତପ୍ରସାଦ ଗ୍ରାମର ଲୋକ ଘରଦ୍ବାର ଛାଡ଼ି ବର୍ତ୍ତମାନ ରାସ୍ତାରେ। ଏକ ପାହାଡ଼ ଅତିକ୍ରମ କରି ଏମାନଙ୍କୁ ଆସିବାକୁ ହେଉଥିବାରୁ ସେମାନେ ଆଜି ରାତିରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ନିକଟକୁ ଚାଲିଆସିଛନ୍ତି। କିଏ ରାସ୍ତାପାର୍ଶ୍ବରେ ଶୋଇଛି ତ ଆଉ କିଏ ବସିଥିବା ଦେଖାଯାଇଛି। କରୋନା ଟିକା ପାଇଁ ଏଭଳି ଏକ ସ୍ଥିତି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe