କରୋନା ଭୟ: ନଜରରେ ୫୬ଜଣ

Advertisment
କରୋନା ଯୋଗୁଁ ପ୍ରଭାବିତ ହେବ ଭାରତୀୟ ଅର୍ଥନୀତି, ସହାୟତା ପ୍ୟାକେଜ ସଂପର୍କରେ ସରକାରଙ୍କ ବିଚାର

Image Source: Zee News

ଭୁବନେଶ୍ବର: ଚୀନ୍‌ରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ବିଶ୍ବରେ ଏ ପର୍ଯ୍ୟନ୍ତ ୨୮ଟି ଦେଶ ଏଥିରେ ସଂକ୍ରମିତ ହୋଇସାରିଲେଣି। ଦେଶରେ ଏ ପର୍ଯ୍ୟନ୍ତ ୩ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଏଥିପାଇଁ ସତର୍କ ରହିଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଏ ପର୍ଯ୍ୟନ୍ତ ୫୬ ଜଣ କରୋନା ସନ୍ଦେହରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୩ଜଣ ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ୩ଜଣ ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଆଜି ୨ଜଣ ନୂତନ ରୋଗୀଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଇଛି। କରୋନା ସଂପର୍କରେ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହାସହ ସବୁ ସ୍କୁଲରେ ସଚେତନତା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ପ୍ରାର୍ଥନା ସମୟରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ କରୋନା ସଂପର୍କରେ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe