ସତର୍କ କରାଇଲେ ନବୀନ : ସଂକ୍ରମିତ ରାଜ୍ୟର ପ୍ରବାସୀଙ୍କୁ ନେଇ ବାର୍ତା, ସାବଧାନ ରହିବାକୁ ହେବ, ଧୈର୍ଯ୍ୟ ବି ରଖିବା

Advertisment

୧୦% ଭୁଲ ଯୋଗୁଁ ସମସ୍ୟା ୧୦୦ ଗୁଣ ବଢ଼ିପାରେ

୧୦% ଭୁଲ ଯୋଗୁଁ ସମସ୍ୟା ୧୦୦ ଗୁଣ ବଢ଼ିପାରେ

ନବୀନ @ ୭୫ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଜ୍ୟବାସୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ସମର୍ଥନ ମିଳିଲେ ଓଡ଼ିଶା ଦେଶରେ ଇତିହାସ କରିବ

ଭୁବନେଶ୍ବର : ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏକ ବାର୍ତା ଦେଇ ନବୀନ କହିଛନ୍ତି, ‘‘ଆସନ୍ତା କିଛି ଦିନ ରାଜ୍ୟ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦେଶର ସବୁଠାରୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ଓ ପଡ଼ୋଶୀ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଫେରିବେ। ସେମାନେ ଘର େଲାକ। ବିପଦ ସମୟରେ ମା’ ଓ ମାତୃଭୂମି ମନକୁ ଆସିଥାଏ। େସମାନେ ସମସ୍ତେ ଆମର ପିଲାଛୁଆ ଓ ଭାଇଭଉଣୀ। ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାର ଲୋକ ଆସିଲେ ପଜିଟିଭ୍ ସଂଖ୍ୟା ବଢ଼ିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ରହିବ, ଯଦି ଆପଣମାନେ ସରକାରଙ୍କୁ ପୂରା ସହଯୋଗ କରିବେ।’’

ମୁଖମନ୍ତ୍ରୀ କହିଲେ, ‘‘ଏବେ ଆମେ ସାବଧାନ ରହିବା। ଧୈର୍ଯ୍ୟ ରଖିବା। ବାହାରୁ ଫେରୁଥିବା େଲାକଙ୍କ ରେଜିଷ୍ଟ୍ରେସନ କରିବା। ସେମାନଙ୍କୁ ସଙ୍ଗରୋଧ ରଖିବାରେ ସରକାରଙ୍କୁ ପୂରା ସହଯୋଗ କରିବା। ଏହାଦ୍ବାରା ପରିବାର ସୁସ୍ଥ ରହିବ ଓ ଗାଁ ଏବଂ ସମାଜ ମଧ୍ୟ।”

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ କହିଥିଲେ, ଆପଣମାନଙ୍କର ସାମାନ୍ୟ ହେଳା ସମସ୍ତଙ୍କୁ ବିପଦରେ ପକାଇ ଦେଇପାରେ। ଏହା ହେଉଛି ଜୀବନ ଓ ମୃତ୍ୟୁର କଥା। ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା ସମସ୍ୟା ୧୦୦ଗୁଣ ବଢିଯିବ।

ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। ଯଦି ସରକାରୀ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦିଆଯାଏ, ତେବେ ଓଡ଼ିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିବ।

୧୦ ଦିନ ତଳର ନିଜର ଭିଡ଼ିଓ ବାର୍ତା ସଂପର୍କରେ ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ସେତେବେଳେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇଗୁଣ ବଢିଗଲାଣି। ହେଲେ ଏଥିରେ ଡରିବାର କିଛି ନାହିଁ। ସତର୍କ ରହିଲେ, ବିପଦକୁ ଏଡ଼ାଯାଇପାରିବ।

ରାଜ୍ୟବାସୀ କିଭଳି ବିଭିନ୍ନ ସମୟରେ ସରକାରଙ୍କୁ ସାହାଯ୍ୟ କରିଆସିଛନ୍ତି, ଆଜି ନବୀନ ତାର ତାଲିକା ଧରାଇ କହିଥିଲେ ଯେ ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନ ନେବା ରାଜ୍ୟ ପାଇଁ ଚ୍ୟାଲେଞ୍ଜ ଥିଲା। ହେଲେ ଓଡ଼ିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିଥିଲା। ଏହାକୁ ଓଡ଼ିଶା ଭଲ ଭାବେ ନିୟନ୍ତ୍ରଣ କରିପାରିଛି। ଏହା ପରେ ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସହଯୋଗ ମିଳିଥିଲା ଓ ଓଡ଼ିଶା ସଫଳ ଭାବେ ପରିସ୍ଥିତି ନିୟନ୍ତ୍ରଣ କରିପାରିଥିଲା। ଏବେ ତୃତୀୟ ଆହ୍ବାନ ରାଜ୍ୟବାସୀଙ୍କ ସାମ୍ନାରେ ଅଛି। ତାହା େହଉଛି ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିଙ୍କ ସଂପର୍କରେ ଯତ୍ନ ନେବା। ରାଜ୍ୟରେ ବର୍ତମାନ କରୋନା ପଜିଟିଭ୍‌ମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦। ଏ କ୍ଷେତ୍ରରେ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ନବୀନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe