ଓଡ଼ିଶାରେ ସଂକ୍ରମଣ ଉପରମୁହାଁ: ଦିନକରେ ୩୮୬୧ ପଜିଟିଭ୍, ଆଉ ୧୦ ମୃତ୍ୟୁ, ୩୦୩୪ ସୁସ୍ଥ

Advertisment

ସଂକ୍ରମଣ ସଂଖ୍ୟାରେ ଷଷ୍ଠ, ସକ୍ରିୟ ରୋଗୀ ତାଲିକାରେ ଅଷ୍ଟମ

ସଂକ୍ରମଣ ସଂଖ୍ୟାରେ ଷଷ୍ଠ, ସକ୍ରିୟ ରୋଗୀ ତାଲିକାରେ ଅଷ୍ଟମ

ଓଡ଼ିଶାରେ ସଂକ୍ରମଣ ଉପରମୁହାଁ: ଦିନକରେ ୩୮୬୧ ପଜିଟିଭ୍, ଆଉ ୧୦ ମୃତ୍ୟୁ, ୩୦୩୪ ସୁସ୍ଥ

Image Courtesy of India Today

ଭୁବନେଶ୍ବର: ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ଏବେ ଚିନ୍ତାଜନକ ଭାବେ ଉପରମୁହାଁ ହୋଇ ରହିଛି। ଲଗାତାର ଭାବେ କରୋନାର ଦ୍ରୁତ ସଂକ୍ରମଣ ପାଇଁ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଦେଶର ସର୍ବାଧିକ ସକ୍ରିୟ କରୋନା ରୋଗୀ ଥିବା ପ୍ରଥମ ୮ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ଓଡ଼ିଶାରେ ଏବେ ୨୭ହଜାରରୁ ଅଧିକ ଚିକିତ୍ସିତ ରୋଗୀ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ଚିକିତ୍ସିତ ରୋଗୀ ରହିଥିବା ବେଳେ ଗତକାଲି ସୁଦ୍ଧା ଓଡ଼ିଶା ୮ ନମ୍ବର ସ୍ଥାନରେ ରହିଛି। ଅପରପକ୍ଷରେ ଦୈନିକ ସଂକ୍ରମଣ ସଂଖ୍ୟାରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଦେଇଛି। ଦେଶର ପ୍ରଥମ ୬ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଗତ ୬ଦିନରେ ଓଡ଼ିଶାରେ ୨୧,୩୩୧ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଦିନକୁ ରାଜ୍ୟରେ ହାରାହାରି ୩୫୫୫ ରୋଗୀ ଚିହ୍ନଟ ହେଉଛନ୍ତି। ଯାହାକି ଗୁଜୁରାଟ, ବିହାର, ପଞ୍ଜାବ, ମଧ୍ୟପ୍ରଦେଶ, ହରିୟାନା ଭଳି ରାଜ୍ୟମାନଙ୍କଠାରୁ ଢେର ଅଧିକ ବୋଲି ଜଣାପଡ଼ିଛି।

ରାଜ୍ୟରେ ଲଗାତାର ଭାବେ ଖୋର୍ଧା ଜିଲ୍ଲା ସଂକ୍ରମଣ ଓ ସକ୍ରିୟ ରୋଗୀ ତାଲିକାରେ ଶୀର୍ଷରେ ରହିଛି। ଆଜି ଜିଲ୍ଲାରେ ୮୯୨ ରୋଗୀ ସୁସ୍ଥ ହୋଇଥିଲେ ହେଁ, ଏବେ ବି ଜିଲ୍ଲାରେ ୭ହଜାରରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି। ରାଜ୍ୟରେ ସମୁଦାୟ ୬ଟି ଜିଲ୍ଲାରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୧ହଜାର ଉପରେ ରହିଛି। ଖୋର୍ଧାକୁ ପଛକୁ କଟକ ଦ୍ବିତୀୟ ସ୍ଥାନରେ ରହିଛି। ବରଗଡ଼, ମୟୂରଭଞ୍ଜ, ଯାଜପୁର ଓ ପୁରୀରେ ମଧ୍ୟ ସକ୍ରିୟ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୭୬୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକରେ ୩୮୬, ଯାଜପୁର ୨୮୫, ପୁରୀ ୨୦୦, ବରଗଡ଼ ୧୭୬, ମୟୂରଭଞ୍ଜ ୧୨୨, ଅନୁଗୁଳ ୧୨୦, ‌ସୋନପୁର ୧୧୭, ବାଲେଶ୍ବର ୧୦୫, ସୁନ୍ଦରଗଡ଼ ୯୬, ଗଞ୍ଜାମ ୯୧, କୋରାପୁଟ ଓ ଜଗତସିଂହପୁର ୮୬ ଲେଖାଏଁ, କେନ୍ଦ୍ରାପଡ଼ା ୮୩, ସମ୍ବଲପୁର ୭୭, ବଲାଙ୍ଗୀର ୭୫, ଭଦ୍ରକ ଓ ଢେଙ୍କାନାଳ ୭୪ ଲେଖାଏଁ, କେନ୍ଦୁଝର ୬୬, ନୟାଗଡ଼ ୫୭, ନୂଆପଡ଼ା ୪୮, ନବରଙ୍ଗପୁର ୪୪, ମାଲକାନାଗିରି ୩୩, କଳାହାଣ୍ଡି ୨୮, କନ୍ଧମାଳ ୨୫, ବୌଦ୍ଧ ୨୨, ଗଜପତି ୧୪, ଦେବଗଡ଼ ୧୨ ଓ ଷ୍ଟେଟ୍‌ ପୁଲ ୧୪୦ ଆକ୍ରାନ୍ତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୨୭୮ ସଙ୍ଗରୋଧରୁ ଓ ୧୫୮୩ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୭ହଜାର ୮୯୨ରେ ପହଞ୍ଚିଛି। ଖୋର୍ଧାରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୨,୧୮୨ ଚିହ୍ନଟ ହୋଇ ସାରିଲେଣି। ଏହାବାଦ୍ ଗଞ୍ଜାମ ୧୮,୭୪୩, କଟକ ୧୦,୭୫୧, ରାୟଗଡ଼ା ୫୪୬୨, ସୁନ୍ଦରଗଡ଼ ୪୯୪୩, ଯାଜପୁର ୪୮୮୮, ମୟୂରଭଞ୍ଜ ୪୮୮୩, ପୁରୀ ୪୬୨୩, ବାଲେଶ୍ବର ୪୪୩୫ ଓ କୋରାପୁଟରେ ୪୧୫୧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ରାଜ୍ୟର ୨୬ଟି ଜିଲ୍ଲାରେ ଏବେ ୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି।publive-image

ଆଜି ରାଜ୍ୟରେ ୧୦ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୩ଜଣ, କୋରାପୁଟ, ନୟାଗଡ଼, ଭୁବନେଶ୍ବର, ରାୟଗଡ଼ା, କଳାହାଣ୍ଡି, କଟକ ଓ ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୦୭ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ଏହାବାଦ୍ ଖୋର୍ଧାରେ ୭୬, କଟକ ଓ ସୁନ୍ଦରଗଡ଼ରୁ ୩୮ଜଣ ଲେଖାଏଁ, ରାୟଗଡ଼ା ୨୯, ଗଜପତି ୧୮, ପୁରୀ ୧୬, ସମ୍ବଲପୁର ୧୫, ବାଲେଶ୍ବର ଓ ନୟାଗଡ଼ରୁ ୧୪ଜଣ ଲେଖାଏଁ ଓ କନ୍ଧମାଳ ୧୨ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୫୫୬ରେ ପହଞ୍ଚିଛି। ତେବେ ଗତମାସ ୧୩ତାରିଖରୁ ରାଜ୍ୟରେ ଅଣ ‌କରୋନା ମୃତ୍ୟୁ ୫୩ରେ ସ୍ଥିର ରହିଛି।

ରାଜ୍ୟରେ ଆଜି ଆଉ ୩୦୩୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧା ୮୯୨କୁ ବାଦ୍ ଦେଲେ ମୟୂରଭଞ୍ଜ ୨୪୨, ବରଗଡ଼ ୧୬୮, ଗଞ୍ଜାମ ୧୫୪, କଟକ ୧୫୦, ରାୟଗଡ଼ା ୧୩୯, ବାଲେଶ୍ବର ୯୭, କେନ୍ଦୁଝର ୯୫, ସମ୍ବଲପୁର ୮୩, କେନ୍ଦ୍ରାପଡ଼ା ୮୦, ଯାଜପୁର ଓ କୋରାପୁଟରେ ୭୯ ଲେଖାଏଁ, ଝାରସୁଗୁଡ଼ା ୭୦, ମାଲକାନାଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଅନୁଗୁଳ ୪୯, ବଲାଙ୍ଗୀର ୪୬, ଭଦ୍ରକ ୪୨, କନ୍ଧମାଳ ଓ ସୋନପୁର ୪୦ ଲେଖାଏଁ, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬, କଳାହାଣ୍ଡି ୨୩, ବୌଦ୍ଧ ୨୧, ନୂଆପଡ଼ା ୧୨ ଓ ଦେବଗଡ଼ରୁ ୫ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୯୩୯୮ରେ ପହଞ୍ଚିଛି। ରାଜ୍ୟରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୭,୮୮୫ ରହିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୭ ପ୍ରତିଶତରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe