ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବଡ ଆଶଙ୍କା କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର। ସେ କହିଛନ୍ତି, ଓଡିଶାରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଯେତେବେଳେ କଂଟାକ୍ଟ ଟ୍ରେସିଂ ହୋଇନପାରେ ସେତେବେଳେ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା କରାଯାଏ। କିିନ୍ତୁ ଏବେ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ କଂଟାକ୍ଟ ଟ୍ରେସିଂ ହୋଇପାରୁନି ବୋଲି କହିଛନ୍ତି, ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର।
ସେହିପରି ରାଜ୍ୟରେ ଖୁବ ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। କରେନାରେ ଭଲ ହୋଇଥିବା ଲୋକଙ୍କ ପାଖରୁ ପ୍ଲାଜମା ନିଆଯିବ। ପ୍ରୋଟୋକଲ ଅନୁସାରେ ଏହି ପ୍ରୟୋଗ କରାଯିବ। ଗୋଟିଏ ସପ୍ତାହ ଭିତରେ ଏହା ଆରମ୍ଭ ହେବ। ସେହିପରି କରୋନା ଭ୍ୟାକସିନ ଉପରେ ଗତକାଲି ଆଇସିଏମଆର ସମ୍କୁ ଅନୁମତି ଦେଇଛି। ୫ରୁ ୧୦ ଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
Follow Us