ଏସ୍‌ସିବିରେ ପରୀକ୍ଷା ହେଲା ୧୧ ନମୁନା

Advertisment
ଏସ୍‌ସିବିରେ ବିନା ଟେଣ୍ଡରରେ ଔଷଧ କ୍ରୟ

scb medical

କଟକ : କଟକ ବଡ଼ଡାକ୍ତରଖାନାରେ ଗତକାଲିଠାରୁ ଆରମ୍ଭ ହୋଇଛି କରୋନା ପରୀକ୍ଷା। ଆଜି ଦ୍ବିତୀୟ ଦିନରେ ୧୧ଟି ନମୁନା ଏସ୍‌ସିବିରେ ପରୀକ୍ଷା କରାଯାଇଛି। କିନ୍ତୁ ତା'ର ପରୀକ୍ଷା ରିପୋର୍ଟ ଆସିନାହିଁ।

ଏସ୍‌ସିବି ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗ ବିଶେଷଜ୍ଞଙ୍କ ଦ୍ବାରା ଏସ୍‌ସିବିର ଭିଆରଡିଏଲ୍‌ଠାରେ କରାଯାଇଥିବା ଲାବ୍ରୋଟୋରିରେ ଏହି ପରୀକ୍ଷା କରାଯାଇଛି। ଅନ୍ୟପଟେ ଏସ୍‌ସିବିରେ ସ୍ବତନ୍ତ୍ର କରୋନା ୱାର୍ଡରେ ଏକାନ୍ତବାସରେ ୩୬ଜଣଙ୍କୁ ରଖାଯାଇଥିବା ଜଣାପଡିଛି। ଗତକାଲି ପୁଲିସ ଓ ପ୍ରଶାସନ ମିଳିତ ସହଯୋଗରେ କଟକର ବକ୍ସିବଜାର ପେନ୍‌ସନ୍‌ ଲେନ୍‌ରୁ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରି ଥିବା ଜଣେ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ଜଣଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୧୭ଜଣଙ୍କ ନମୁନା ଆରଏମ୍‌ଆରସିକୁ ପଠାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ ଆଉଟ୍‌ଡୋର ଆଜି ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଅଞ୍ଚଳର ପାଖାପାଖି ୩୦ଜଣ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨ଜଣଙ୍କୁ ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଲକ୍‌ଡାଉନ୍‌ ଯୋଗୁଁ ଏସ୍‌ସିବି ଆଉଟ୍‌ଡୋରରେ ରୋଗୀ ସଂଖ୍ୟା ୬୦୦ ଭିତରେ ରହୁଛି। ଆଜି ଆଉଟ୍‌ଡୋରକୁ ୫୮୨ଜଣ ରୋଗୀ ପରାମର୍ଶ ପାଇଁ ଆସିଥିଲେ। ସେଥିରୁ ମେଡିସିନ୍‌ ବିଭାଗରେ ୧୫୩ଜଣ, ପଲ୍ୟୁମୁନାରି ମେଡିସିନ୍‌ରେ ୮୪, ଅସ୍ଥିଶଲ୍ୟରେ ୭୫, ସର୍ଜରିରେ ୬୧, ହେପାଟୋଲୋଜିରେ ୪୯, ଇଏନ୍‌ଟିରେ ୩୮ଜଣ ରୋଗୀ ଆସିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe