କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

Advertisment
କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ରତ୍ନଗିରି: ବରୀ ବ୍ଲକ୍‌ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମର ହଳଧର ରାଉତଙ୍କ ପତ୍ନୀ ତଥା ନୀଳାପଦା-୧ ର ଆଶା କର୍ମୀ ମମତା ରାଉତ(୫୦)ଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ଅସୁସ୍ଥ ହୋଇ ମମତା କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଆଜି ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। କଟକ ସତୀଚୌରାସ୍ଥିତ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ସେ ଦୀର୍ଘ ୧୫ବର୍ଷ ଧରି ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମମତା ଜଣେ ଗରିବ ମହିଳା ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ମହାକାଳପଡ଼ା ସରପ‌ଞ୍ଚ ପତିତପାବନ ଆର୍କ୍ୟୁ, ନିର୍ମଳ ରାଉତ, ଅରବିନ୍ଦ ରାଉତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe