ବାରିପଦାରୁ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହେବା ପରେ ପିଆରଏମ୍‌ରେ ଭୟ ଖେଳାଉଛି କରୋନା

Advertisment

୨୧୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୧୪୬ଜଣ

୨୧୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୧୪୬ଜଣ

ଡାଳ ପଡ଼ି ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

prmmch.nic.in

ବାରିପଦା : ମୟୂରଭଞ୍ଜରେ ଥମିବାର ନାଁ ନେଉନି କରୋନା। ଜିଲ୍ଲାରୁ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଆଜି ପୁଣି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଲୋକାଲ୍ କଣ୍ଟାକ୍ଟରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପିଆରଏମ ମେଡିକାଲ୍ କଲେଜ୍‌ରେ ନିୟୋଜିତ ଜଣେ କରୋନା ଯୋଦ୍ଧା ଆଜି ସଂକ୍ରମିତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ବଡ଼ସାହି ବ୍ଲକ୍‌ରୁ ମଧ୍ୟ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜିକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି।

ବାରିପଦା ପୌରପରିଷଦରୁ ଚିହ୍ନଟ କରୋନା ସଂକ୍ରମିତ ଜଣଙ୍କ ଜଣେ ମହିଳା କୋଭିଡ୍ ଯୋଦ୍ଧା ହୋଇଥିବାବେଳେ ସେ ଲୋକାଲ କଣ୍ଟାକ୍ଟରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉକ୍ତ ଯୋଦ୍ଧା ଜଣଙ୍କ ପିଆରଏମରେ ନିୟୋଜିତ ଥିବାରୁ ଏନେଇ ଭୟ ବଢ଼ିଛି। ସେ ବାରିପଦା ନିକଟବର୍ତ୍ତୀ ଶ୍ୟାମାଖୁଣ୍ଟା ବ୍ଲକ୍ ଅଞ୍ଚଳରେ ବାସ କରୁଥିବାରୁ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବେଶ୍ ଗୁରୁତ୍ବପୂର୍ଣ୍ଣ। ଯେହେତୁ ସେ ସ୍ଥାନୀୟ ସଂକ୍ରମଣରୁ କରୋନା ଆକ୍ରାନ୍ତ ତେଣୁ ତାଙ୍କ ସହିତ ମିଶିଥିବା ଆହୁରି ଅନେକ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଥି ସହିତ ମୟୂରଭଞ୍ଜରେ ଆଜି ସୁଦ୍ଧା ୧୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ଆଜିସୁଦ୍ଧା ୬୫ଜଣ ସକ୍ରିୟ ଥିବାବେଳେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe