କରୋନା ଯୁଦ୍ଧରେ ହାରିଗଲେ ପୁଲିସ ଅଧିକାରୀ ରାଜକିଶୋର ସାମଦ, ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର

Advertisment
କରୋନା ଯୁଦ୍ଧରେ ହାରିଗଲେ ପୁଲିସ ଅଧିକାରୀ ରାଜକିଶୋର ସାମଦ, ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର

ଝାରସୁଗୁଡ଼ା: କରୋନା ଯୁଦ୍ଧରେ ହାରିଗଲେ ଯୁବ ପୁଲିସ ଅଧିକାରୀ ରାଜ କିଶୋର ସାମଦ( ୩୯)। ଆଜି ସକାଳ ୧୧.୪୫ରେ ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱର୍ଗତ ସାମଦ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସ ଷ୍ଟେସନରେ ସବ୍‌ ଇନ୍‌ସପେକ୍ଟର ଭାବରେ ଦକ୍ଷତାର ସହିତ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ମାସରୁ ସେ କୋଭିଡ୍‌ ଯୁଦ୍ଧରେ ନିଜକୁ ନିୟୋଜିତ କରି ଜନସେବାରେ ଥିଲେ।

ଗତ ଅଗଷ୍ଟ ୧୭ ତାରିଖ ଦିନ କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଥିବା ବେଳେ ତାଙ୍କର ମଧୁମେହ ଥିବା ଜଣାପଡ଼ିଥିଲା। ଏହି ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ସମାନ ସମୟରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ କାର୍ଯ୍ୟକୁ ଫେରିଥିବା ବେଳେ ସ୍ୱର୍ଗତ ସାମଦଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରେ ଲାଗିଥିଲା। ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିବା ବେଳେ ହସପିଟାଲରେ ପ୍ଲାଜାମା ଥେରାପି ମଧ୍ୟ ଦିଆଯାଇଥିଲା। ଗତ କିଛି ଦିନ ହେଲା ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ବିୟୋଗ ଖବର ଜିଲ୍ଲା ପୁଲିସ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

publive-image

ଅପରାହ୍ନରେ ଏଚ୍‌.କଟାପାଲି ନିକଟସ୍ଥ ମଶାଣିରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ତାଙ୍କା ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ମା, ପତ୍ନୀ ଓ ଏକ ୩ ବର୍ଷର ଝିଅଙ୍କୁ ମଶାଣିରେ ଶେଷ ଦର୍ଶନ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସ୍‌ପି ରାହୁଲ ପିଆର୍‌, ଏଡିଏମ୍‌ ପ୍ରଦୀପ ସାହୁ, ଏସ୍‌ଡିପିଓ କେଳାଶ ଆଚାର୍ଯ୍ୟ, ଆଇଆଇସି ଅମିତାଭ ପଣ୍ଡାଙ୍କ ସମେତ ବହୁ ପଦସ୍ଥ ପୁଲିସ ଅଧିକାରୀ ଶେଷଦର୍ଶନ କରି ଅନ୍ତ୍ୟଷ୍ଟିକ୍ରିୟା ବେଳେ ସେଠାରେ ଉପସ୍ଥିତ ଥିଲେ। ସ୍ୱର୍ଗତ ସାମଦଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମହିସକୁଦୁର ଗ୍ରାମରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe