ସ୍ବାସ୍ଥ୍ୟ ବିଭାଗରେ ପଶିଲା କରୋନା, ବିତ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ୧୦ ପଜିଟିଭ୍

Advertisment
ସ୍ବାସ୍ଥ୍ୟ ବିଭାଗରେ ପଶିଲା କରୋନା, ବିତ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସି ୧୦ ପଜିଟିଭ୍

Brown County

ଭୁବନେଶ୍ବର : ‌ସ୍ବାସ୍ଥ୍ୟ ବିଭାଗରେ ପଶିଛି କରୋନା। ଲୋକସେବା ଭବନର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅନ୍ୟ କର୍ମଚାରୀମାନଙ୍କ କୋଭିଡ୍‌ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗରେ ନିକଟରେ ଜଣେ ବିତ୍ତ ଅଧିକାରୀ ଯୋଗ ଦେଇଛନ୍ତି। ଗତ ଶୁକ୍ରବାର ତାଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖିଯିବା ପରେ ନମୁନା ପରୀକ୍ଷା କରାଇଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ସମୟ ଭିତରେ ସଂପୃକ୍ତ ଅଧିକାରୀ ଜଣକ ଏକାଧିକ ବଡ଼ ବଡ଼ ବୈଠକରେ ସାମିଲ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଅନେକ ବ୍ୟକ୍ତି ଆସିଛନ୍ତି। ଏହାକୁ ନଜରରେ ରଖି ଆଜି ବିଭାଗର ୨୦ଜଣ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ହୋଇଥିଲା। ତହିଁରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଏସ୍‌ଓ, ଏଏସ୍‌ଓ ଓ ଡେସ୍କ ଅଧିକାରୀ ରହିଥିବା ସୂଚନା ମିଳିଛି। ଯାହାକୁ ନେଇ ବିଭାଗରେ କୋକୁଆ ଭୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe