ଓଡ଼ିଶାରେ କରୋନା ଭୟ : ସ୍ବାସ୍ଥ୍ୟ ବିଭାଗର ନଜରରେ ୧୧୨

Advertisment
ଓଡ଼ିଶାରେ କରୋନା ଭୟ : ସ୍ବାସ୍ଥ୍ୟ ବିଭାଗର ନଜରରେ ୧୧୨

Image Source: Zee News

ଭୁବନେଶ୍ବର : ଚୀନ୍‌ କିମ୍ବା କରୋନା ସଂକ୍ରମିତ ଦେଶରୁ ଓଡ଼ିଶାକୁ ପ୍ରତ୍ୟାବର୍ତନ କରିଥିବା ବ୍ୟକ୍ତିମାନଙ୍କୁ ନଜରରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ଗତମାସ ୧୫ତାରିଖରୁ ଆଜି ପର୍ଯ୍ୟନ୍ତ ୧୧୨ଜଣ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ କରାଯାଇଛି। ଆଜିସୁଦ୍ଧା ୨ଜଣ ବ୍ୟକ୍ତି ଅବଜରଭେସନ୍‌ରେ ରହିଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା ୮ ରକ୍ତ ନମୁନା ମଧ୍ୟରୁ ସମସ୍ତ ନମୁନା ନେଭେଟିଜ୍ ରହିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏବେ ୫୫ଜଣ ବ୍ୟକ୍ତି ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ୪ଜଣ ଡାକ୍ତରଖାନାରେ ଆଇସୋଲେସନ୍‌ ୱାର୍ଡରେ ରହିଛନ୍ତି। ତେବେ ଯେଉଁ ବ୍ୟକ୍ତିମାନଙ୍କୁ କରୋନା ସନ୍ଦିଗ୍ଧ ଭାବେ ସ୍କ୍ରିନିଂ କରାଯାଇଥିଲା ତହିଁରୁ ୫୩ଜଣଙ୍କ ଆଇସୋଲେସନ୍‌ ଶେଷ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe