କରୋନା ଭୟ : ସ୍କୁଲ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍

Advertisment
ଓଡ଼ିଶାରେ କରୋନା ଭୟ : ସ୍ବାସ୍ଥ୍ୟ ବିଭାଗର ନଜରରେ ୧୧୨

Image Source: Zee News

ଭୁବନେଶ୍ବର : ଏବେ ସାରା ବିଶ୍ବରେ କରୋନାର ଭୟ। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ପ୍ରତିକାର ବ୍ୟବସ୍ଥା କରାଯାଉଛି। ଏ ପରିପ୍ରେକ୍ଷୀରେ କରୋନାର ମୁକାବିଲା ପାଇଁ ରାଜ୍ୟର ସ୍କୁଲଗୁଡ଼ିକ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀମାନେ ସତର୍କ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ସ୍କୁଲରେ ପିଲାମାନଙ୍କୁ ପରିଷ୍କାର ଭାବେ ହାତ ଧୋଇବା ସହ ମୁହଁରେ ରୁମାଲ ଦେଇ କାଶିବା ଓ ଛିଙ୍କିବା ପାଇଁ କୁହାଯାଇଛି। ସକାଳ ପ୍ରାର୍ଥନା କ୍ଲାସ୍‌ରେ ପିଲାମାନଙ୍କୁ ଶିକ୍ଷକମାନେ ଏସବୁ ବିଷୟରେ ସଚେତନ କରାଇବାକୁ କୁହାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଏହାର ସମୀକ୍ଷା କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି।

ସୂଚନା ଅନୁସାରେ, ଆଜି କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସବୁ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ‌ଆଲୋଚନା ପରେ ଏ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଅଜିତ କୁମାର ମହାନ୍ତି କହିଛନ୍ତି, ସାଧାରଣ ଲୋକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ସମସ୍ତ ସ୍କୁଲକୁ ଏହାକୁ ପଠାଇ ଦିଆଯିବ। ଜ୍ବର, ଥଣ୍ଡା ହେଲେ କିଭଳି ପରିଷ୍କାର ଓ ପରିଚ୍ଛନତା ବଜାୟ ରହିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଡିଇଓମାନଙ୍କୁ ମଧ୍ୟ ଗାଇଡଲାଇନ୍‌ର କପି ପଠାଇ ଦିଆଯିବ। ସେମାନେ ଏହାକୁ ପ୍ରିଣ୍ଟ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବେ ବୋଲି ଡା.ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe