ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତସ୍ତରରେ କରୋନା ମୁକାବିଲା ପ୍ରସ୍ତୁତି ଏମିତି : ନାମକୁ ମାତ୍ର ଆଇସୋଲେସନ୍ ଗୃହ, ଭିତ୍ତିଭୂମି କି ଆବଶ୍ୟକୀୟ ଉପକରଣ ନାହିଁ

Advertisment
ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତସ୍ତରରେ କରୋନା ମୁକାବିଲା ପ୍ରସ୍ତୁତି ଏମିତି : ନାମକୁ ମାତ୍ର ଆଇସୋଲେସନ୍ ଗୃହ, ଭିତ୍ତିଭୂମି କି ଆବଶ୍ୟକୀୟ ଉପକରଣ ନାହିଁ

ବାରିପଦା : କରୋନକୁ ମୁକାବିଲା କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତସ୍ତରରୁ ହୋଇଛି ପ୍ରସ୍ତୁତି। ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ଭାବେ ଆଇସୋଲେସନ୍ ବ୍ୟବସ୍ଥା ଥାଇ ଏକାନ୍ତବାସ କେନ୍ଦ୍ର ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହି କେନ୍ଦ୍ରରେ ଶୋଇବା ଭଳି ଶଯ୍ୟା ବ୍ୟବସ୍ଥା, ଗଦି, ବେଡ୍‌ସିଟି ଓ ତକିଆ ସହିତ ବିଶୁଦ୍ଧ ପାନୀୟ ଜଳ(ଆକ୍ୱାଗାର୍ଡ କିମ୍ବା ଫିଲ୍ ଟର), ସାନିଟାଇଜର ଦ୍ୱାରା ଚଟାଣକୁ ପରିଷ୍କାର ପରିଚ୍ଛନ୍ନ, ୨ଟି ସ୍ୱତନ୍ତ୍ର ଶୌଚାଳୟ, ଆଟେଣ୍ଡାଣ୍ଟ୍, ଚୌକିଦାର୍, ଇନଭ୍ରଟର୍ ଆଦି ସାଜ ସରଞ୍ଜାମ ଉପଲବ୍ଧ ରହିବା ସାଙ୍ଗକୁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନରୁ ପ୍ରଦତ୍ତ ଅର୍ଥରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇପାରିବ। ସଂପୃକ୍ତ ପଞ୍ଚାୟତକୁ ବିଦେଶ କିମ୍ବା ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ସ୍ଥାନୀୟ ଆଶା ଓ ଏଏନ୍ଏମ୍’ଙ୍କ ତତ୍ତ୍ୱାବଧାନରେ ରଖିବା ନିମନ୍ତେ କୁହାଯାଇଛି। ମାତ୍ର ତୃଣମୂଳସ୍ତରରେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଏହାର ଏକ ସଦ୍ୟ ଉଦାହରଣ ହେଉଛି ଶ୍ୟାମାଖୁଣ୍ଟା ବ୍ଲକ୍ ସିନ୍ଦୁରଗୌରା ପଞ୍ଚାୟତ ପକ୍ଷରୁ ମାଙ୍କଡ଼ାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଆଇସୋଲେସନ୍ ଶିବିର।

publive-image

ଉକ୍ତ ବିଦ୍ୟାଳୟର ଏକ କୋଠରୀକୁ ରଙ୍ଗ ମରାଯାଇ ତା ଭିତରେ ୧୦ଟି ଲୁହା ଖଟ ଓ ଉପରେ ବିଛଣା ପକାଯାଇ ଏହି କେନ୍ଦ୍ର ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉକ୍ତ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ଶିବିର ଦାୟିତ୍ୱରେ ଥିବା ଶ୍ୟାମାଖୁଣ୍ଟା ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସୁନାରାମ ମୁର୍ମୁଙ୍କ କହିବା ଅନୁସାରେ ବାରିପଦା ଟେଣ୍ଟ ହାଉସରୁ ଖଟ, ଗଦି, ବିଛଣା ଚଦର, ତକିଆ ଆଦି ଭଡ଼ାରେ ଅଣାଯାଇଥିବା ବେଳେ ସ୍କୁଲରେ ବୋରିଂ ପାଣି ଛାତ ଉପରେ ଥିବା ଟାଙ୍କିକୁ ଯାଉଛି । ସେହି ପାଣି ସମ୍ପୂର୍ଣ୍ଣ ଭାବେ ବିଶୁଦ୍ଧ ଓ ହାଇଜେନିକ ହୋଇଥିବାରୁ ଏହା ପିଇବା ନିମନ୍ତେ ଉଦ୍ଦିଷ୍ଟ। ସ୍କୁଲ୍ ଶୌଚାଳୟକୁ କ୍ୱାରାଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିମାନେ ବ୍ୟବହାର କରିବେ। ଖାଦ୍ୟ ବା ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମିଳିନାହିଁ । ଯଦି ନିର୍ଦ୍ଦେଶ ଆସେ ତେବେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । କିନ୍ତୁ, ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଛାତ୍ରାବାସର ଖଟ ବ୍ୟବହାର କରାଯାଇଛି।

publive-image

ସେହିପରି ଶ୍ୟାମାଖୁଣ୍ଟା ବ୍ଲକ୍‌ର ବାଉଁଶବିଲା ଗ୍ରାମଞ୍ଚାୟତର ପୋଡାଅସ୍ତିଆ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କେନ୍ଦ୍ରର ଅବସ୍ଥା ମାଙ୍କଡ଼ାପାଳ ଶିବିରଠୁଁ ବଳିଯାଇଥିଲା । ଅପରିଷ୍କାର ଶୌଚାଳୟ ଓ ପାଣି ବ୍ୟବସ୍ଥା ନଥିବା ଗାଧୁଆ ଘର ସହାୟତାରେ ପ୍ରସ୍ତୁତ ହୋଇଛି ଏହି କେନ୍ଦ୍ର। ଆଇସୋଲେସନ୍ କେନ୍ଦ୍ରଗୁଡ଼ିକରେ ଏପରି ଅବ୍ୟବସ୍ଥା କରୋନାକୁ ମୁକାବିଲା କରିବା କ୍ଷେତ୍ରରେ କିପରି କାମରେ ଲାଗିବ ତାହା ଦେଖିବାକୁ ବାକି ରହିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe