ଝାରସୁଗୁଡ଼ା ସହରରେ ଲକ୍ ଡାଉନ ବିଭ୍ରାଟ୍ : ମାନୁ ନାହାନ୍ତି ଜନତା; ନାକେଦମ୍ ପୁଲିସ

ଝାରସୁଗୁଡ଼ା ସହରରେ ଲକ୍ ଡାଉନ ବିଭ୍ରାଟ୍ : ମାନୁ ନାହାନ୍ତି ଜନତା; ନାକେଦମ୍ ପୁଲିସ

YouTube

ଝାରସୁଗୁଡ଼ା : ଲକ୍ ଡାଉନ୍ ନେଇ ବୁଝିବାକୁ ନାରାଜ ଜନତା। ସାରା ସହର ଆଜି ଲୋକାରଣ୍ୟ ପାଲଟିଥିଲା। ଘରେ ରହିବାକୁ ପରାମର୍ଶକୁ କେହି ପାଳନ କରିନଥିଲେ। ଏପଟେ ଏହି ଲକ୍‌ଡାଉନ୍କୁ ନେଇ ଜନସାଧାରଣ, ବ୍ୟବସାୟୀ, ପ୍ରଶାସନିକ ଅଧିକାରୀ ଓ ପୁଲିସ ମଧ୍ୟରେ ଦ୍ବନ୍ଦ ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଆଜି ସକାଳୁ ଲକ୍ ଡାଉନ୍ କଣ ଲୋକେ ସଂପୂର୍ଣ୍ଣ ଭୁଲି ଯାଇଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ଏହାକୁ ସେତେଟା ଗୁରୁତ୍ବ ଦେଇନଥିଲେ। ଫଳରେ ସହର ଲୋକାରଣ୍ୟ ହୋଇଯାଇଥିଲା। ହାଟ ବଜାରରେ ଭିଡ଼ ଆରମ୍ଭ ହୋଇଥିଲା। ଗତକାଲି ଜନତା କର୍ଫୁ ବେଳେ ଲୋକେ ଯେପରି ଏହାକୁ ପାଳନ କରିଥିଲେ ଆଜି ତାର ସଂପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଥିଲା।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅତି ଆବଶ୍ୟକ ହେଲେ ଘରୁ ବାହାରିବାକୁ କୁହାଯାଉଥିବାର ସୁଯୋଗ ନେଇ ଯାହାକୁ ଦେଖ ରାସ୍ତାରେ ଜରୁରୀ କାମ କହି ଘୁରିବୁଲୁଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଫଳରେ କରୋନା ସଂକ୍ରମଣକୁ ରୋକିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗତକାଲି ପ୍ରଶାସନ ଗୋଟିଏ ସ୍ଥାନରେ ପରିବା ବଜାର ବସିବା ପାଇଁ ନିଷ୍ପତ୍ତି ନେଇ ଶୁକ୍ରବଜାର ପରିସରରେ ଏହାକୁ ବସାଇଥିଲେ ତେବେ ଯୋଜନାହୀନ ଭାବରେ ଏଠାରେ ବଜାର ବସାଯାଇଥିବାରୁ ବଜାର ପରିସର ଲୋକାରଣ୍ୟ ହୋଇ ଉଠିଥିଲା। ଅତ୍ୟାବଶ୍ୟକୀୟ ସମାଗ୍ରୀ ଓ ଆମିଷ ଦୋକାନ ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି କରିଥିବାରୁ କିଛି ବ୍ୟବସାୟୀ ଷ୍ଟେସନାରୀ ଦୋକାନରେ ଅଣ୍ଡା ଆଣି ରଖି ତାକୁ ଖୋଲା ରଖିଥିବା ବେଳେ ଚା’ ଦୋକାନ ଆଗରେ ବ୍ରେଡ୍ ରଖି ଆଉ କେଉଁ ଦୋକାନି ପୁଲିସକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଦେଖା ଯାଇଥିଲା। ପରେ ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ଭିଡ଼ କମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe