ଜରୁରୀ ନ ଥିଲେ ପିନ୍ଧନ୍ତୁ ନାହିଁ ମାସ୍କ, ଅଯଥା ଦୋକାନରେ ମାସ୍କ କିଣିବାକୁ ଭିଡ଼ ଜମାନ୍ତୁ ନାହିଁ : ବାଗଚୀ

Advertisment
ଜରୁରୀ ନ ଥିଲେ ପିନ୍ଧନ୍ତୁ ନାହିଁ ମାସ୍କ, ଅଯଥା ଦୋକାନରେ ମାସ୍କ କିଣିବାକୁ ଭିଡ଼ ଜମାନ୍ତୁ ନାହିଁ : ବାଗଚୀ

ଭୁବନେଶ୍ୱର: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଆଜିକାଲି ସମସ୍ତେ ମାସ୍କ ପିନ୍ଧୁବାକୁ ଚାହୁଛନ୍ତି । ଫଳରେ ବଜାରରେ ମାସ୍କର ଅଭାବ ଦେଖାଯାଇଛି।  କିନ୍ତୁ ପ୍ରକୃତରେ ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ।‌ ତେଣୁ ଅଯଥା ମାସ୍କ କିଣିବା ଲାଗି ମୁଣ୍ଡବାଡ଼ାନ୍ତୁ ନାହିଁ ବରଂ ଯାହାର ଆବଶ୍ୟକତା ଅଛି ତା’ପାଇଁ ମାସ୍କ ସାଇତି ରଖନ୍ତୁ।  ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହି ପରାମର୍ଶ ଦେଇଛନ୍ତି। ଗୀତଗୋବିନ୍ଦ ସଦନରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ଯେଉଁମାନେ ଅସୁସ୍ଥତା ଅନୁଭବ କରୁଛନ୍ତି, ସେହି ବ୍ୟକ୍ତିମାନେ ହିଁ ମାସ୍କ ପିନ୍ଧନ୍ତୁ।

ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ମାସ୍କ ୨ ପ୍ରକାରର ବ୍ୟକ୍ତି ପିନ୍ଧିବା ଦରକାର। ଯେଉଁମାନେ ସଂକ୍ରମିତ ଓ ଯେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି, ସେମାନେ ହିଁ ମାସ୍କ ପିନ୍ଧନ୍ତୁ। ସେହିପରି ସ୍ୱାସ୍ଥ୍ୟକର୍ମୀମାନେ ମାସ୍କ ପିନ୍ଧିବା ଦରକାର ।  ଅଯଥାରେ ମାସ୍କ ପାଇଁ ଦୋକାନକୁ ଯାଇ ଭିଡ ଲଗାନ୍ତୁ ନାହିଁ, ଦୋକାନୀ ପାଖରେ ମାସ୍କ ଲାଗି ମୁଣ୍ଡ ବାଡ଼ାନ୍ତୁ ନାହିଁ। କିଛି ଲୋକଙ୍କ ପାଇଁ ମାସ୍କର ଅଭାବ ଦେଖାଯାଇଛି। କାରଣ କିଛି ଲୋକ ଅନାବଶ୍ୟକ ଭାବେ ମାସ୍କ କିଣି ରଖୁଛନ୍ତି।

ଏହାଛଡା ଏହି ଭାଇରସ ଆଖି ବାଟେ ମଣିଷକୁ ସଂକ୍ରମିତ କରିପାରେ । ତେଣୁ ମାସ୍କ ପଛରେ ନ ପଡି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ । ସେହିଭଳି ବଜାରରେ ସାନିଟାଇଜର ସଙ୍କଟକୁ ନେଇ ସୁବ୍ରତ କହିଛନ୍ତି, ସାନିଟାଇଜର ନଥିଲେ ସାବୁନ ବ୍ୟବହାର କରନ୍ତୁ । ଦିନକୁ ୫ରୁ ୬ ଥର ସାବୁନରେ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ଖାଇବା ପୂର୍ବରୁ କିମ୍ବା କୌଣସି ସାମଗ୍ରୀ ବା ବସ୍ତୁକୁ ଛୁଇଁଥିଲେ ହାତକୁ ଭଲ ଭାବେ ଧୋଇନିଅନ୍ତୁ । ସେହିଭଳି ଘରକୁ କାମ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସାବୁନ ଦେଇ ସଚେତନ କରିବାକୁ କହିଛନ୍ତି ସୁବ୍ରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe