କନ୍ଧମାଳରେ ସଂକ୍ରମଣ ସଂଖ୍ୟା ୨୨୦୦ ପାର୍

ଜୁନ ଓ ଜୁଲାଇ ଚଳନୀୟ, ଅଗଷ୍ଟ କଲା ଅସମ୍ଭାଳ, ପୁଣି କରୋନା ନେଲା ୩ ଜୀବନ, ମୃତ୍ୟୁ ସଂଖ୍ୟା ୧୦

ସମ୍ବଲପୁର: ଗୋଟିଏ ଦିନରେ ୧୧ ଆକ୍ରାନ୍ତ

ଫୁଲବାଣୀ : କନ୍ଧମାଳରେ ୨୨୦୦ ପାର ହେଲା କରୋନା ସଂକ୍ରମଣ ସଂଖ୍ୟା। ଆଜି ନୂଆ ୧୭ ପଜିଟିଭକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୨୦୩ରେ ପହଞ୍ଚିଛି। ପୁଣି କରୋନା ନେଇଛି ୩ ଜୀବନ। ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି। ଆଜି ନୂଆ ୧୭ ପଜିଟିଭରୁ ୧୨ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଫୁଲବାଣୀରେ ୫ ଚିହ୍ନଟଙ୍କ ମଧ୍ୟରୁ ୪ ଜଣ ସହରର ଅଛନ୍ତି। ବାଲିଗୁଡା ଓ ଜି.ଉଦୟଗିରିରୁ ୨ ଜଣ ଏବଂ ଅନ୍ୟାନ୍ୟ ବ୍ଳକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୨୨୦୩ରୁ ୧୭୮୦ ସୁସ୍ଥ ହେଲେଣି। ୪୧୩ ଜଣ କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ଆଜି କରୋନାରେ ଫୁଲବାଣୀ,ଟିକାବାଲି ଓ ଦାରିଙ୍ଗବାଡିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଜୁନ ଓ ଜୁଲାଇ ମାସରେ କରୋନା ସଂକ୍ରମଣ ମାତ୍ର ୫୨୭ ରହିଥିଲା। ଅଗଷ୍ଟ ଆରମ୍ଭରୁ ହୁହୁ ହୋଇ କରୋନା ବଢାଇଲା ସଂକ୍ରମଣ ସଂଖ୍ୟା। ଅଗଷ୍ଟ ମାସରେ କେବଳ ୧୬୭୬ ଜଣ ସଂକ୍ରମିତ ହୋଇଛନ୍ତି। ଜୁନ ଓ ଜୁଲାଇ ମାସଠାରୁ ଅଗଷ୍ଟରେ କରୋନା କଟକଣାକୁ ପ୍ରଶାସନ କଡା କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ କଟକଣାକୁ କୋହଳ କରି ରିସ୍କି ନେବାକୁ ଚାହିଁ ନାହିଁ ପ୍ରଶାସନ। ଲକ ଡାଉନ ଓ ସଡ ଡାଉନ ହେଲା। କଣ୍ଟେନମେଣ୍ଟ ଜୋନ ବି କରାଗଲା। ଏହି ସମୟ ମଧ୍ୟରେ ଟେଷ୍ଟିଂ ଓ ଟ୍ରୋସିଂ କାର୍ଯ୍ୟକୁ ଜୋରଦାର କରାଗଲା। ହେଲେ ସବୁ କଟକଣା ସତ୍ତ୍ବେ ଅଗଷ୍ଟ ମାସରେ କରୋନା ଉପରେ ରୋକ ଲଗାଇବାରେ ସଫଳ ହୋଇ ପାରିଲା ନାହିଁ ପ୍ରଶାସନ। ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ତ୍ରୁଟି ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅପରପକ୍ଷେ ଅମାନିଆଙ୍କ ପାଇଁ ସଂକ୍ରମଣ ବୃଦ୍ଧି ହେଲା ବୋଲି ପ୍ରଶାସନ କହୁଛି। ସେ ଯାହା ହେଉ ସେପ୍ଟେମ୍ବର ମାସ କନ୍ଧମାଳ ପାଇଁ ଅଗ୍ନି ପରୀକ୍ଷା। କେନ୍ଦ୍ର ସରକାର କଟକଣା କୋହଳ କରିବାକୁ କହିଛନ୍ତି। ରାଜ୍ୟ ସରକାର ଏ ନେଇ ନିରବ ରହିଛନ୍ତି। ଯଦି କଟକଣା କୋହଳ ହୁଏ କରୋନା ସଂକ୍ରମଣ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। କରୋନା କଟକଣା ପାଇଁ ଜୀବିକା ଦୁର୍ବିସହ ହୋଇ ପଡିଲାଣି। ଏପଟେ ସଂକ୍ରମଣ କମିବାର ନାଁଗନ୍ଧ ଧରୁ ନାହିଁ। ଏଭଳି ସ୍ଥଳେ ଜୀବନ ଓ ଜୀବିକା ଦେଖି ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe