ଆଜିଠାରୁ ବସ୍ତିରେ ଆରମ୍ଭ ହେବ ନମୁନା ପରୀକ୍ଷା

Advertisment
ଆଜିଠାରୁ ବସ୍ତିରେ ଆରମ୍ଭ ହେବ ନମୁନା ପରୀକ୍ଷା

tathya.in

ଭୁବନେଶ୍ବର : ବିଭିନ୍ନ ସଂକ୍ରମିତ ଅଞ୍ଚଳରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ରକ୍ତ ନମୁନା ଓ ସ୍ବାବ୍ ପରୀକ୍ଷା ହେଉଥିବାବେଳେ ମଙ୍ଗଳବାର ଠାରୁ ରାଜଧାନୀ‌ର ବିଭିନ୍ନ ବସ୍ତିରୁ ରକ୍ତ ନମୁନା ସଂଗ୍ରହ ହେବ। କେଉଁ ବସ୍ତିରୁ କେତେ ରକ୍ତ ନମୁନା ସଂଗ୍ରହ ହେବ, କେମିତି ସଂଗ୍ରହ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ରାଜଧାନୀରେ ଥିବା ୩୭୦ଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ସହ, କରୋନା ଲକ୍ଷଣ ଥିବା ବା ଅସୁସ୍ଥ ଥିବା ଲୋକଙ୍କର ନମୁନା ସଂଗ୍ରହ କରିବେ। ଏହି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଅଞ୍ଚଳରେ ତିନି ଥର ଲେଖାଏ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିବେ। ଯେଉଁଠି ସନ୍ଦେହ ହେବ ବା ସର୍ଭେରୁ ଜାଣିବେ ସେଠାରୁ ନମୁନା ସଂଗ୍ରହ କରି ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଠାଇବେ। ସେହିପରି ସିଡିପିଓମାନଙ୍କୁ ଦୈନିକ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe