Advertisment

କରୋନା ଆତଙ୍କ : ସ୍କୁଲ ଛୁଟି, ପରୀକ୍ଷା ବାତିଲ୍‌, ମାର୍ଚ୍ଚ ୩୧ ଯାଏ ଆସିବେନି ଶିକ୍ଷକ ଶିକ୍ଷୟିତ୍ରୀ, ଜାରି ରହିବ ଦ୍ୱାଦଶ ପରୀକ୍ଷା, ମାଟ୍ରିକ୍‌ ମୂଲ୍ୟାୟନ

Advertisment
ଆସିଲା ଅନଲକ୍‌-୪ ନିର୍ଦ୍ଦେଶାବଳି : ସେପ୍ଟେମ୍ବରରେ ଖୋଲିବନି ସ୍କୁଲ, କଲେଜ

businessinsider.in

ଭୁବନେଶ୍ବର : ଓଡ଼ିଶାରେ ଜଣେ କରୋନା ଆକ୍ରୋନ୍ତ ଚିହ୍ନଟ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ପବ୍ଲିକ ଓ ପ୍ରାଇଭେଟ୍ ସ୍କୁଲକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଆଗରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ ନାହିଁ। ତେବେ ଫୋନ୍ ଯୋଗେ ସେମାନେ ସରକାରଙ୍କ ପରବର୍ତୀ ନିର୍ଦେଶକୁ ଅପେକ୍ଷା କରି ରହିବାକୁ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜରିଆରେ କୁହାଯାଇଛି।

ଆସନ୍ତାକାଲି(ମଙ୍ଗଳବାର)ଠାରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଥିବା ପ୍ରଥମରୁ ୯ମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏବେ ସାରା ରାଜ୍ୟରେ ଚାଲିଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ପୂର୍ବ ଭଳି ଚାଲୁ ରହିବ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ ବି ପୂର୍ବଭଳି ଅନୁଷ୍ଠିତ ହେବ। ଏଥିରେ କୌଣସି ପରିବର୍ତନ କରାଯାଇ ନାହିଁ। ମୂଲ୍ୟାୟନ ସମୟରେ ଆବଶ୍ୟକ ସତର୍କତା ଗ୍ରହଣ କରାଯିବ। ମୂଲ୍ୟାୟନକାରୀମାନେ ଖାତା ଦେଖିବା ସମୟର ଦୂରତାରେ ବସିବେ। ମୂଲ୍ୟାୟନ କେନ୍ଦ୍ରରେ ଆବଶ୍ୟକ ସାନିଟାଇଜର, ମାସ୍କ ଆଦି ବ୍ୟବସ୍ଥା କରାଯିବ। ମୂଲ୍ୟାୟନ ପ୍ରକ୍ରିୟାରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚାଇବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଦାବି କରାଯାଇଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୩୧ ଯାଏ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ତେବେ ମାଟ୍ରିକ୍ ଖାତା ମୂଲ୍ୟାୟନରେ କୌଣସି ପରିବର୍ତନ କରାଯାଇ ନାହିଁ। ପୂର୍ବଭଳି ଆସନ୍ତା ୧୮ ତାରିଖଠାରୁ ଖାତା ଦେଖା ଆରମ୍ଭ ହେବ ଏବଂ ୨୦ ଦିନ ଧରି ଚାଲିବ। ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପାଇଁ ଗୋଟିଏ ରୁମ୍‌‌ରେ ଏକତ୍ର ହେବେ। ୧୨ ହଜାରରୁ ଅଧିକ ମୂଲ୍ୟାୟନକାରୀ ଅଂଶଗ୍ରହଣ କରିବାକୁ ଥିବାରୁ କରୋନା ଭୂତାଣୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ମୂଲ୍ୟାୟନ‌ କେନ୍ଦ୍ରରେ ପାଖାପାଖି ୩୦୦ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ। ଭୟରେ ସେମାନେ ଠିକ୍ ଭାବେ ଖାତା ମୂଲ୍ୟାୟନ କରିପାରିବେ ନାହିଁ। ତେଣୁ ଶିକ୍ଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ ପ୍ରକ୍ରିୟା ଘୁଞ୍ଚାଇବାକୁ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ଆଜି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅନୁରୋଧ କରିଛନ୍ତି।

ଯୁକ୍ତ୨ ପରୀକ୍ଷାରେ କୌଣସି ପରିବର୍ତନ ହେବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ସରକାରଙ୍କ ନିର୍ଦେଶ ଅନୁଯାୟୀ ଯୁକ୍ତ୨ ପରୀକ୍ଷା ଚାଲିବ। ପରୀକ୍ଷା ଘୁଞ୍ଚିବା ଦ୍ବାରା ପିଲାଙ୍କ ଉପରେ ତାହାର ପ୍ରଭାବ ପଡ଼ିବ। ବରଂ ପରୀକ୍ଷା ପରିଚାଳନାରେ କେତେକ ପରିବର୍ତନ କରାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କୁ ଜ୍ବର, ଥଣ୍ଡା, କାଶ ହେଉଥିବ ସେ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବେ। ପରୀକ୍ଷା କେନ୍ଦ୍ର ମୁଖ୍ୟ ଫାଟକରେ ଯାଞ୍ଚ ପରେ ଶିକ୍ଷକମାନେ ସାନିଟାଇଜର କିମ୍ବା ସାବୁନ୍‌ରେ ହାତକୁ ଭଲ ଭାବେ ଧୋଇବେ। ଏହାପରେ ଯାଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଏଭଳି ଏକ ବିପର୍ଯ୍ୟୟ ସମୟରେ ସମସ୍ତେ ସହଯୋଗ କରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe