ବରଗଡ଼: ୧୦ ଘଣ୍ଟା ଧରି ପଡ଼ି ରହିଲା ଶବ, ପାଖ ମାଡ଼ିଲେନି ପଡ଼ାବାସୀ

ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ବରଗଡ଼ : କରୋନାର କରାଳ ରୂପ ଦିନକୁ ଦିନ ଉଗ୍ର ହେଉଛି। ଏଥି ସହିତ ଗୁଡ଼ାଏ ଲୁହଭରା ଘଟଣା ସାମ୍ନାକୁ ଆସୁଛି। ଗୁରୁବାର ରାତିରେ ବରଗଡ଼ ବ୍ଲକ୍‌ ସୟାଁ ଆମବୁରେଇପଡ଼ାରେ କମଳା ଭୁଏ(୪୫)ଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତାଙ୍କ ଘର ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ବନାବିରାରେ ହୋଇଥିବାବେଳେ ସେ ସୟାଁ ଗାଁରେ ଭିକ୍ଷାବୃତ୍ତି କରି ଚଳୁଥିଲେ।

publive-image

କିଛିଦିନ ତଳେ ସେ ଅସୁସ୍ଥ ଥିବାରୁ ନିଜ ମାଁକୁ ଶେଷଥର ଦେଖିବା ପାଇଁ ଇଚ୍ଛା କରିଥିଲେ। ପଡାବାସୀଙ୍କୁ ନେହୁରା ହେବାରୁ ଏକ ଟେମ୍ପୁ ଯୋଗେ ତାଙ୍କ ଗାଁ ବନାବିରାକୁ ନେଇଥିଲେ। କିନ୍ତୁ ଦୁଃଖର କଥା, ତାଙ୍କ ଘର ଲୋକେ ଦୁଆର ମୁହଁରୁ ଚାଲି ଯିବାକୁ କହିଥିଲେ।  ନିରାଶ ହୋଇ ଫେରିଥିଲେ କମଳା। ଶେଷରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ହେଲେ  ଦୀର୍ଘ ଦଶ ଘଣ୍ଟା ଧରି ତାଙ୍କ ଶବ ସେଭଳି ପଡ଼ି ରହିଥିଲା। ପଡ଼ାବାସୀ ବି ପାଖ ମାଡ଼ିନଥିଲେ। ଶେଷରେ ପ୍ରଶାସନର ସହଯୋଗରେ ଏକ ଗାଡ଼ିରେ ଶବ ଆଣି ନିଷ୍ଠା ପରିବାରର ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ମାନସ ମେହେର, ଦୟାନିଧି ଷଡ଼ଙ୍ଗୀ, ଲବ ସାହୁ, ରିଙ୍କୁ ସାହୁ  ଶବଦାହ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe