କ୍ୟାପିଟାଲ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ପାଇଁ କର୍ପସ ପାଣ୍ଠି

Advertisment

ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ବର : କେବିକେ, କେବିକେ ପ୍ଲସ୍ ଓ ଟିଏସିପି ଅଞ୍ଚଳ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଥିବା କର୍ପସ ପାଣ୍ଠିର ସଂପ୍ରସାରିତ ହୋଇଛି। ଏଣିକି ଭୁବନେଶ୍ବରରେ ମଧ୍ୟ ଏହି ପାଣ୍ଠିର ବ୍ୟବହାର ହେବ। କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ଓ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଁ ରାଜ୍ୟ ସରକାର କର୍ପସ ପାଣ୍ଠିର ବ୍ୟବହାରକୁ ଅନୁମତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ଅଧୀନରେ ଏହି ପାଣ୍ଠି ରହିବ। ଡାକ୍ତର ନିଯୁକ୍ତି ଦେବା ଲାଗି ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ର ନିର୍ଦେଶକ, ସ୍ବାସ୍ଥ୍ୟସେବା ନିର୍ଦେଶକ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ କମିଟିର ସଦସ୍ୟ ଆବାହକ ଅଛନ୍ତି। କେତେ ଟଙ୍କାରେ ଡାକ୍ତରଙ୍କୁ ରଖାଯିବ ତାହା ସଂପର୍କରେ ଏହି କମିଟି ନିଷ୍ପତ୍ତି ନେବ। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲରେ ଉନ୍ନତ ମାନର ବିଶେଷଜ୍ଞ ଡାକ୍ତରଙ୍କ ସେବା ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe