ଜେଲଗଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ଡିଏଫ୍ଓ, ଏସିଏଫ୍‌

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ହଟହଟା ହୋଇଛନ୍ତି ପୂର୍ବତନ ବନବାବୁ। ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଜେଲ୍ ମୁହଁ ଦେଖିବାକୁ ପଡ଼ିଛି। ‘ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଓ ୨୦୧୬-୧୭ ବର୍ଷ ଖେରାବାଣ୍ଡି, ନର୍ଲା ଓ ସର୍ଗିଗୁଡ଼ା ସମେତ ୩ଟି ବିଟ୍‌ର ୧୪୫୦ ହେକ୍ଟର ଜଙ୍ଗଲରେ ହୋଇଥିବା ବନୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏଥିରେ ବନବିଭାଗ ଉଚ୍ଚ ପଦାଧିକାରୀମାନେ ୨୩ ଲକ୍ଷ ୬୩ହଜାର ୯୪୦ଟଙ୍କା ଆତ୍ମସାତ କରିଥିବା ନେଇ ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା।

ଲୋକାୟୁକ୍ତ ଏହାର ଭିଜିଲାନ୍ସ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା, ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ, ପୂର୍ବତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ, ପୂର୍ବତନ ଫରେଷ୍ଟର ସମ୍ପଦ କୁମାର, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ସାହୁ, ପୂର୍ବତନ ରେଞ୍ଜର ନୃତ୍ୟରାଜ ମାଝୀ ଓ ଫରେଷ୍ଟ ଗାର୍ଡ ମଧୁ ପଟେଲଙ୍କ ନାମରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ତଦନ୍ତରେ ଅଭିଯୋଗ ମଧ୍ୟ ସତ୍ୟ ପ୍ରମାଣିତ ହୋଇଥିଲା। ସୋମବାର ପୂର୍ବତନ ଡିଏଫଓ ଏବଂ ବର୍ତ୍ତମାନର ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ହାଜର ହୋଇଥିଲେ। ତେବେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ଉଭୟଙ୍କ ଜାମିନ ନାମଞ୍ଜୁର କରି ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ। ତେବେ ଅନ୍ୟ ୫ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe