ଦୁର୍ନୀତିଗ୍ରସ୍ତ ଓଏଏସ୍‌ ଅଧିକାରୀ ବହିଷ୍କୃତ

Advertisment

୨ ଓଏଏସ୍‌ଙ୍କ ସମେତ ଜଣେ ଜେଇ ବି ନିଲମ୍ବିତ

୨ ଓଏଏସ୍‌ଙ୍କ ସମେତ ଜଣେ ଜେଇ ବି ନିଲମ୍ବିତ

ଓଡ଼ିଶାରେ ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ୭ ଜଣ ସଚିବ

ଭୁବନେଶ୍ବର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ଓଏଏସ୍‌ ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ପିପିଲି ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଥିବାବେଳେ ଶ୍ରୀ ପଟ୍ଟନାୟକ ବ୍ୟାପକ ଦୁର୍ନୀତି କରିଥିବା ନେଇ ତାଙ୍କ ବିରୋଧରେ ୨୦୦୬ ମସିହାରେ ଅଭିଯୋଗ ହୋଇଥିଲା। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ଏହି ନିଲମ୍ବନକୁ ଚାଲେଞ୍ଜ୍‌ କରି ଶ୍ରୀ ପଟ୍ଟନାୟକ ପ୍ରଥମେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ଓ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସରକାର ବାରମ୍ବାର ତାଙ୍କୁ କାରଣ ଦର୍ଶାଅ ନୋଟିସର ଉତ୍ତର ମାଗିଥିଲେ ସେ କୌଣସି ଉତ୍ତର ଦେଇନଥିଲେ। ଶେଷଥର ପାଇଁ ତାଙ୍କୁ ଗତବର୍ଷ ଡିସେମ୍ବର ୧୧ ତାରିଖରେ ନୋଟିସ ଜାରି କରାଯାଇଥିଲା। ଯାହାକୁ ସେ ସେହିମାସ ୧୭ ତାରିଖରେ ଗ୍ରହଣ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ଶ୍ରୀ ପଟ୍ଟନାୟକ ଉତ୍ତର ନ ଦେବାରୁ ରାଜସ୍ବ ଓ ପରିଚାଳନା ବିଭାଗ ତାଙ୍କୁ ସରକାରୀ ପଦରୁ ବହିଷ୍କାର କରିଛି। ଏ ନେଇ ବିଧିବଦ୍ଧ ଭାବେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ଆଇଏଚ୍‌ଏଚ୍‌ଏଲ୍‌ କାର୍ଯ୍ୟକ୍ରମ ରୂପାୟନରେ ଦୁର୍ନୀତି କରିଥିବା ଅଭିଯୋଗରେ ୨ ଜଣ ଓଏଏସ୍‌ ଅଧିକାରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଜାରି କରାଯାଇଛି। କନିଷ୍ଠ ବର୍ଗ ଓଏଏସ୍‌ ତଥା ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍‌ ବିଡିଓ ଥିବା ଲରିମାନ୍‌ ଖରସେଲ୍‌ ନିଲମ୍ବିତ ହୋଇଥିବା ବେଳେ ଅର୍ଥ ହେରଫେର୍‌ ଅଭିଯୋଗରେ ନବରଙ୍ଗପୁର ଝରିଗାଁ ବ୍ଲକ୍‌ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଓ ଝରିଗାଁ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe