ଅଳକା ପୁନରୁଦ୍ଧାରରେ ଦୁର୍ନୀତି: ଚୁକ୍ତି ଅନୁସାରେ ଟଙ୍କା ନେଇଗଲା ଠିକାଦାର

Advertisment

ଜଗତସିଂହପୁର ସହର ସମେତ ନାଉଗାଁ, ବାଲିକୁଦାର ଜୀବନରେଖା ଅଳକା ନଦୀର ପୁନରୁଦ୍ଧାର ପାଇଁ ୪ ବର୍ଷ ତଳେ ଆରମ୍ଭ ହୋଇଥିଲା ଯୋଜନା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା।

ଜଗତସିଂହପୁର ସହର ସମେତ ନାଉଗାଁ, ବାଲିକୁଦାର ଜୀବନରେଖା ଅଳକା ନଦୀର ପୁନରୁଦ୍ଧାର ପାଇଁ ୪ ବର୍ଷ ତଳେ ଆରମ୍ଭ ହୋଇଥିଲା ଯୋଜନା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା।

ffsfshfhfhshf

ଜଗତସିଂହପୁର: ଜଗତସିଂହପୁର ସହର ସମେତ ନାଉଗାଁ, ବାଲିକୁଦାର ଜୀବନରେଖା ଅଳକା ନଦୀର ପୁନରୁଦ୍ଧାର ପାଇଁ ୪ ବର୍ଷ ତଳେ ଆରମ୍ଭ ହୋଇଥିଲା ଯୋଜନା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଅଳକା ନଦୀ ଜୀବନ ପାଇବ କ’ଣ ମୂଳରୁ ମରିଗଲା। ବିଧାନସଭାରେ ଏହି ପ୍ରସଙ୍ଗ ଉଠିଲା। ନକ୍ସା ଅନୁସାରେ ଖନନ ହୋଇ ନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବୀକାର କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ନିରବ ରହିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ତଥ୍ୟ ଅନୁସାରେ, ମୃତ ଅଳକା ନଦୀକୁ ଖନନ କରି ଜୀବିତ କରିବା ସହ ଉଦ୍‌ବୃତ୍ତ ଜଳ ନିଷ୍କାସନ, ଚାଷ ଜମିକୁ ଜଳସେଚନ, ବନ୍ୟା ପରିସ୍ଥିତି ହ୍ରାସ କରିବା ଲକ୍ଷ୍ୟରେ ପୁନରୁଦ୍ଧାର ଯୋଜନା କରାଯାଇଥିଲା। ଉତ୍ପତ୍ତି ସ୍ଥଳ ବୀରବରପାଟଣାରୁ ନଦୀର ମୁହାଣ ଅଶିଲୋ ପର୍ଯ୍ୟନ୍ତ ୫୨ କିଲୋମିଟର ଅଳକା ଖନନ କରିବା ପାଇଁ ଯୋଜନା ହୋଇଥିଲା।  ୨୦୨୧ ମସିହାରେ ଅଳକା ଖନନ ଆରମ୍ଭ ହୋଇଥିଲା।

ନଦୀ ଖନନକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା। ଅଶିଲୋରୁ ବାଲିକୁଦା ମେଡିକାଲ ପର୍ଯ୍ୟନ୍ତ, ବାଲିକୁଦା ମେଡିକାଲ ପାଖରୁ ଓଡ଼ିଶୋ ଓ ତୃତୀୟ ପର୍ଯ୍ୟାୟ ଓଡ଼ିଶୋରୁ ଉତ୍ପତ୍ତି ସ୍ଥଳ ବୀରବରପାଟଣା ପର୍ଯ୍ୟନ୍ତ ଖୋଳାଯିବା ପାଇଁ ଟେଣ୍ଡର ହୋଇଥିଲା। ୧୨ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଥିଲା। ନଦୀର ପ୍ରସ୍ଥକୁ ଅତି କମରେ ୩୨ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ଯୋଜନା ଥିଲା। କିନ୍ତୁ କେତେକ ସ୍ଥାନରେ ଆଦୌ ଖୋଳାଯାଇ ନାହିଁ। କେବଳ ନଦୀଗର୍ଭରେ ଥିବା ବାଲିକୁ ପକାଇ ବନ୍ଧ କରାଯାଇଛି ତ ଆଉ କେଉଁଠି ସରୁ ନାଳି ହୋଇଯାଇଛି। ଯେଉଁଠି ଜବରଦଖଲ ହୋଇଛି ସେଠାରେ ନଦୀ ଗତିପଥକୁ ବଦଳାଇ ଦିଆଯାଇଛି। ବିଶେଷ କରି ଜଗତସିଂହପୁର ସହରର ଗାଲୁପଡ଼ା ନିକଟରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ନଦୀର ପ୍ରସ୍ଥ ନାଳଠାରୁ ମଧ୍ୟ ଆହୁରି ଛୋଟ ହୋଇଯାଇଛି। ଅନେକ ସ୍ଥାନରେ ଖୋଳାଯାଇ ନଥିବା ବେଳେ ଏକାଧିକ ଜାଗାରେ ତିଆରି ହୋଇଥିବା ବନ୍ଧ ମଧ୍ୟ ଭାଙ୍ଗି ଗଲାଣି।  ନକ୍ସା ଅନୁସାରେ ଖନନ ହୋଇ ନଥିବା ବେଳେ ଚୁକ୍ତି ଅନୁସାରେ ଠିକାଦାର ଟଙ୍କା ପାଇଛନ୍ତି।

ଆଖି ସାମ୍ନାରେ ଏହି ଦୁର୍ନୀତି ହୋଇଥିଲେ ମଧ୍ୟ ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ଡିଭିଜନ୍ ଚୁପ୍ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ନକ୍ସା ଅନୁସାରେ ଖନନ ହୋଇ ନ ଥିବା କହିଥିଲେ ବି ଜିଲ୍ଲା ପ୍ରଶାସନର ନିରବତା ଅନେକ ପ୍ରଶ୍ନ ଠିଆ କରୁଛି। ଯଦି ନକ୍ସା ଅନୁସାରେ ଖନନ ହୋଇ ନାହିଁ ତାହା ହେଲେ ଚୁକ୍ତିନାମା ଅନୁସାରେ ଠିକାଦାରଙ୍କୁ କେମିତି ଟଙ୍କା ପ୍ରଦାନ କରାଗଲା ବୋଲି ପ୍ରଶ୍ନ ଉଠୁଛି। ଜଗତସିଂହପୁର ସହର ଗାଲୁପ଼ଡ଼ା ଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଦେଇ ଯାଇଥିବା ଅଳକା ନଦୀ ଗର୍ଭରେ ଅନେକ ବେଆଇନ ନିର୍ମାଣ ଗଢ଼ି ଉଠିଥିବା ବେଳେ କେତେକ ବ୍ୟକ୍ତି ନିଜ ନାଁରେ ପଟ୍ଟା କରାଇ ନେଇଛନ୍ତି। ଏକାଧିକ ଥର ବିକ୍ରି, ଖର୍ଦ୍ଦି ମଧ୍ୟ ହୋଇଛି। ଏପରିକି ନଦୀଗର୍ଭରେ ଏକାଧିକ ସରକାରୀ କୋଠା ମଧ୍ୟ ତିଆରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe