ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

କୋମନା: ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ କୋମନା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ଜୋର୍‌ଦାର୍ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବରିଷ୍ଠ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭ ସମାବେଶରେ ବରିଷ୍ଠ କର୍ମକର୍ତ୍ତା ମନିଜର ଆର୍ଯ୍ୟ, ପ୍ରବୀଣ ଭୋଇ, କରୁଣାକର, ମଣ୍ତଳ ସଭାପତି ଚନ୍ଦନ ଠାକୁର, ବିକ୍ରମ ଆଡବଙ୍ଗ, ଯୋଗେନ୍ଦ୍ର କରୁଆଁ, ମିତ୍ରଭାନୁ ପ୍ରଧାନ, ଅର୍ଜୁନ ଜଗତ, ବୁଲୁ ବିଶି, ସୁକାନ୍ତ ସେଠୀ, ରାଜ ଭୋଇ, ମନୋଜ ରାଉତ, ମୁନା ଜଗତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe