ଶ୍ୟାମବାବା ମନ୍ଦିରରେ କେଳେଙ୍କାରୀ ! ମୁହଁ ଖୋଲିଲେ ପୂର୍ବତନ ଟ୍ରଷ୍ଟି

Advertisment
ଶ୍ୟାମବାବା ମନ୍ଦିରରେ କେଳେଙ୍କାରୀ ! ମୁହଁ ଖୋଲିଲେ ପୂର୍ବତନ ଟ୍ରଷ୍ଟି

Odisha Tour

ବରଗଡ଼: ଭଟଲିସ୍ଥିତ ଶ୍ୟାମବାବା ମନ୍ଦିରରେ ଅର୍ଥ ହେରଫେର୍‌ ଏବଂ ସଂପତ୍ତିର ହିସାବ ଠିକ୍‌ ରହୁନଥିବା.. ଏଭଳି ଗୁଡ଼ାଏ ପ୍ରସଂଗ ନେଇ କିଛି ଦିନ ତଳେ 'ସମ୍ବାଦ'ରେ ଖବର ପ୍ରକାଶ ପାଇଥିଲା। ଏନେଇ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ଦିରର ପୂର୍ବତନ ଟ୍ରଷ୍ଟି ବଜରଂଗ ଅଗ୍ରୱାଲ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମନ୍ଦିର ପାଖରେ ଥିବା ଏକ ପୋଖରୀ 'ଶ୍ୟାମ କୁଣ୍ଡ'କୁ ପୋତି ତାକୁ ପଡ଼ିଆରେ ପରିଣତ କରାଯାଇଛି। ୧୯୭୭ ଜୁଲାଇ ୩୧ରେ ମାଧୋବାବାଙ୍କ ବ୍ରହ୍ମଲୀନ ପରେ ମନ୍ଦିର ପରିଚାଳନା ପାଇଁ ବିଭିନ୍ନ ପ୍ରକାର କମିଟି ଗଠିତ ହୋଇଥିଲା।

୨୦୦୨ ପର୍ଯ୍ୟନ୍ତ କମିଟି ମାଧ୍ୟମରେ ମନ୍ଦିର ପରିଚାଳିତ ହେଲା। ମାତ୍ର ୨୦୦୨ ପରେ ଆଉ ମନ୍ଦିର ପରିଚଳାନା କମିଟି ପୁନର୍ବାର ଗଠିତ ହୋଇନାହିଁ। ୨୦୦୯ ମସିହାରେ ବିଶ୍ୱନାଥ ଅଗ୍ରୱାଲଙ୍କ ୱିଲ୍‌ନାମା ଅନୁସାରେ ଗୋଟିଏ ଟ୍ରଷ୍ଟ ବୋର୍ଡ ଗଠନ ହେଲା। ତାପରେ ଆଉ ଏକ କମିଟି ସେହି ବର୍ଷ ମାର୍ଚ୍ଚ ୬ ତାରିଖରେ ମୁଣ୍ଡ ଟେକି ଗଠିତ ହେଲା। ଯେଉଁଥି ପାଇଁ ବିଶ୍ୱନାଥ ଅଗ୍ରୱାଲଙ୍କ ପକ୍ଷରୁ କମିଟି ବିରୋଧରେ ସମ୍ବଲପୁର ଦେବୋତ୍ତର ବିଭାଗରେ ୨୦୧୧ ମସିହାରେ ଏକ ମାମଲା ରୁଜୁ ହୋଇଥିଲା। ତାହାକୁ ମଧ୍ୟ ପରେ ଚପାଇ ଦିଆଯାଇଥିବା ଶ୍ରୀ ଅଗ୍ରୱାଲ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିଚାଳନା କମିଟିରେ ଥିବା କିଛି ସଦସ୍ୟଙ୍କ ନାମରେ ମନମାନି ଏବଂ ଅର୍ଥ ତୋଷାରପାତ ମାମଲାରେ ଭଟଲି ଥାନାରେ ଏତଲା ଦିଆଯାଇଥିଲେ ହେଁ ସେଥିରେ କିଛି ଅଗ୍ରଗତି ହୋଇନଥିବା ସେ ଅଭିଯୋଗ କରିଛନ୍ତି। ୨୦୧୩-୧୪ ଆର୍ଥିକ ବର୍ଷରେ ଆୟକର ଦିଆଯାଇ ନଥିବାରୁ ବିଭାଗୀୟ ନୋଟିସ୍ କମିଟି ପାଖକୁ ଆସୁଥିଲେ ମଧ୍ୟ କମିଟି ଏଥିରେ କର୍ଣ୍ଣପାତ କରୁନାହିଁ। ମନ୍ଦିରକୁ ଆସୁଥିବା  ଚାନ୍ଦା ତଥା ଗୁପ୍ତଦାନ, ନଗଦ, ସୁନା, ରୂପା ଆଦି ଧାତୁ ଦାନ ଆଦି କୋଟି କୋଟି ଟଙ୍କା  ଆତ୍ମସାତ ହେଉଥିବା ଶ୍ରୀ ଅଗ୍ରୱାଲ ଖୋଲା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe