ବେଲପାହାଡ଼ ଏଲ୍‌ଇଡି ଲାଇଟ୍‌ କିଣା ଦୁର୍ନୀତି : ମାମଲାର  ୫ ବର୍ଷ ପରେ ପୁଣି ଭିଜିଲାନ୍‌ସ ତଦନ୍ତ

ବେଲପାହାଡ଼ ଏଲ୍‌ଇଡି ଲାଇଟ୍‌ କିଣା ଦୁର୍ନୀତି : ମାମଲାର  ୫ ବର୍ଷ ପରେ ପୁଣି ଭିଜିଲାନ୍‌ସ ତଦନ୍ତ

Howard Sykes

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେ‌ଲପାହାଡ଼ ପୌରପରିଷଦ ଏଲ୍‌ଇଡି ଲାଇଟ୍‌ କିଣା ଦୁର୍ନୀତି ମାମଲାର ୫ ବର୍ଷ ପରେ ପୁଣି ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ୨୦୧୬ରେ ବେଲପାହାଡ଼ ପୌରପରିଷଦରେ ଏଲ୍‌ଇଡି ଲାଇଟ୍‌ କିଣା ଦୁର୍ନୀତି ଚର୍ଚ୍ଚାର ବିଷୟ ଥିଲା‌। ଏପରି ଦୁର୍ନୀତି ଅଭିଯୋଗ ଆସିବା ପରେ ତତ୍କାଳୀନ ରାଜ୍ୟ ସରକାର ପୌର ପରିଷଦ ହାତରୁ ଲାଇଟ୍‌ କିଣିବା କ୍ଷମତା କାଢ଼ି ନେଇ ନିଜେ ଦାୟିତ୍ବ ନେଇଥିଲେ। ୧୯୧୪-୧୫ରେ ଥିବା ପୌରାଧ୍ୟକ୍ଷ ରଶ୍ମିରେଖା ମିଶ୍ର, ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ଏବଂ ପରବର୍ତ୍ତୀ ସମୟର ପୌରାଧ୍ୟକ୍ଷ ନଗରପାଳ ପର୍ଶୁରାମ ସାହୁ, ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନା ଓ ସପ୍ଲାୟର ସଂସ୍ଥା ଭୁବନେଶ୍ବରର ଚେକ୍‌ମେକ୍‌ର ମାଲିକ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଡାକି ପଚରାଉଚରା କରାଯାଇଥିଲା। ଏହାଭିତରେ ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲରେ ଶେଷ ହୋଇଯାଇଛି। ଗୁରୁବାର ପୁଣି ଭିଜିଲାନ୍‌ସ ପକ୍ଷରୁ ଏହି ଚର୍ଚ୍ଚିତ ମାମଲା ଉପରେ ଖୋଳତାଡ଼ ଆରମ୍ଭ ହୋଇଛି।

ଭିଜିଲାନ୍‌ସ ବିଭାଗ ଏହି ମାମଲାରେ ଷ୍ଟୋର୍‌କିପର ଅଶୋକ ସାହୁ, ଇଲ୍‌କ୍ଟ୍ରି ହେଲ୍‌ପର୍‌ମାନ, ସପ୍ଲାୟର୍‌ ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ଅଧିକାରୀ ପ୍ରଦୀପ ଆଇଣ୍ଡ ଜେରା କରିଛନ୍ତି। ଶୁକ୍ରବାର ଉଭୟ ପୂର୍ବତନ ନଗରପାଳ ଓ ଘଟଣାରେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଆଜି ଭାରତ ବନ୍ଦ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ସପ୍ତାହରେ ସେମାନଙ୍କୁ ଡକାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ, ଏତେଦିନ ପରେ ଭିଜିଲାନ୍‌ସ ବିଭାଗ ପୁଣି ସକ୍ରିୟ ହୋଇଥିବାରୁ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ସରକାର ଜାଣିଶୁଣି ଏହାକୁ ବିଳମ୍ବିତ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe