ଝାରସୁଗୁଡ଼ା: ଆଦିବାସୀ ଜମିକୁ ଚଂଚକତା କରି ହଡ଼ପ କରିଥିବା ବ୍ୟକ୍ତି କିମ୍ବା କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜମିକୁ ହସ୍ତାନ୍ତର କରାଯାଉ ଏବଂ କିର୍ମିରା ଓ ଲଇକେରା ବ୍ଲକ୍କୁ ସିଡ୍ୟୁଲ୍ ବ୍ଲକ୍ର ମାନ୍ୟତା ଦିଆଯାଉ ବୋଲି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିିତ ଆଦିବାସୀ ସମାଜ ଦାବି କରିଛି। ଏହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ମଧ୍ୟ ଅନୁଷ୍ଠିତ ଏକ ବୈଠକରେ ଚେତାବନୀ ଦିଆଯାଇଛି। ପୁରୁଣାବସ୍ତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ବୈଠକରେ ଆଦିବାସୀ ସମାଜ ଅଧୀନରେ ୧୦ଟି ସଂଗଠନ ସାମିଲ ଥିଲେ।
ଆସନ୍ତା ନଭେମ୍ବର ୧୨ ତାରିଖ ପୂର୍ବାହ୍ଣ ୧୦ଟାରେ ଲଇକେରାଠାରେ ଏକ ଶାନ୍ତିପୂର୍ଣ୍ଣ ଶପଥୋତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସମ୍ମିଳିିତ ଆଦିବାସୀ ସମାଜର ସଭାପତି ବୁନ୍ଦେ ଧୁରୁଆ ସୂଚନା ଦେଇଛନ୍ତି। ସରକାରଙ୍କୁ ଦିଆଯିବାକୁ ଥିବା ୧୦ ଦଫା ଦାବି ପାଇଁ ପ୍ରସ୍ତାବଗୁଡ଼ିକ ରବିବାର ବୈଠକରେ ଗୃହୀତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us