କଳିଙ୍ଗ, ରାଉରକେଲା ହକି ଷ୍ଟାଡିୟମ ପ୍ରକଳ୍ପ ମୂଲ୍ୟ ୬୫୮କୋଟି

Advertisment
ହକି ବିଶ୍ବକପ୍‌: ଟ୍ରାଫିକ ଦାୟିତ୍ଵରେ ରହିବେ ୨୦ ପ୍ଲାଟୁନ୍‌ ପୁଲିସ

Photo: Rediffmail

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମ ପ୍ରକଳ୍ପ ମୂଲ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଏହି ଦୁଇ ପ୍ରକଳ୍ପର ମୂଲ୍ୟ ୩୫୬,୩୮,୩୦,୦୦୦ କୋଟି ଥିବା ବେଳେ ଏବେ ୬୫୮,୧୨,୫୩,୮୮୭ କୋଟିରେ ପହଞ୍ଚିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ଶ୍ରୀ ‌ବେହେରା କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଓ ବିଶ୍ବକପ୍ ହକି ପୂର୍ବରୁ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ମୂଳ ଅଟକଳ ଯଥାକ୍ରମେ ୨୦୧,୨୭,୮୬,୯୮୨ କୋଟି ଓ ୯୨,୧୮,୫୩,୫୧୪.୩୪ କୋଟି ରହିଥିଲା। ଇଡକୋ ଚାର୍ଜ ତଥା ଡିଏସ୍‌ଟି ମିଶି ପ୍ରକଳ୍ପ ମୂଲ୍ୟ ୩୫୬,୩୮,୩୦,୩୦୦୦ ଥିଲା। ଏଲ ଏଣ୍ଡ ଟି ସଂସ୍ଥା ଏହି କାର୍ଯ୍ୟକୁ ଅତିରିକ୍ତ ୨୩.୭୫ ପ୍ରତିଶତରେ କରୁଛି। ଫଳରେ ଉଭୟ କାମରେ ବ୍ୟତିକ୍ରମ ହୋଇ ପ୍ରକଳ୍ପ ମୂଲ୍ୟ ବୃଦ୍ଧି ପାଇଛି। କଳିଙ୍ଗ ଷ୍ଟାଡିୟମ ପ୍ରକଳ୍ପ ମୂଲ୍ୟ ୨୯୦,୩୧,୦୧,୯୭୦ କୋଟି ଓ ରାଉରକେଲା ହକି ଷ୍ଟାଡିୟମ ପ୍ରକଳ୍ପ ମୂଲ୍ୟ ୧୮୦,୯୪,୬୭,୭୨୮ କୋଟିରେ ପହଞ୍ଚିଛି। ଏହି କାମ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ରୁ ବର୍ତମାନ ପର୍ଯ୍ୟନ୍ତ ୪୧,୦୪,୭୫,୯୬୧ କୋଟି ଟଙ୍କା ପ୍ରାପ୍ତ ହୋଇ ବିନିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe