ମୁଖ୍ୟସ୍ରୋତକୁ ଫେରିଲେ ଶୁଭ୍ରାଂଶୁ: ବିଜୟ ପଟ୍ଟନାୟକ ମେମୋରିଆଲ୍‌ ଆୱାର୍ଡ-୨୦୨୪

Advertisment

ଅଧାରୁ ପାଠ ଛାଡ଼ି ଶ୍ରମିକ ରୂପେ କାମ କରିବାପରେ ପୁଣି ଶ୍ରେଣୀଗୃହକୁ ଫେରିଥିବା ଶୁଭ୍ରାଂଶୁ ସ୍ବାଇଁଙ୍କୁ ପିକକ୍ ଅନୁଷ୍ଠାନ ପକ୍ଷରୁ ‘ବିଜୟ ପଟ୍ଟନାୟକ ମେମୋରିଆଲ୍‌ ଆୱାର୍ଡ-୨୦୨୪’ ପ୍ରଦାନ କରାଯାଇଛି।

ଅଧାରୁ ପାଠ ଛାଡ଼ି ଶ୍ରମିକ ରୂପେ କାମ କରିବାପରେ ପୁଣି ଶ୍ରେଣୀଗୃହକୁ ଫେରିଥିବା ଶୁଭ୍ରାଂଶୁ ସ୍ବାଇଁଙ୍କୁ ପିକକ୍ ଅନୁଷ୍ଠାନ ପକ୍ଷରୁ ‘ବିଜୟ ପଟ୍ଟନାୟକ ମେମୋରିଆଲ୍‌ ଆୱାର୍ଡ-୨୦୨୪’ ପ୍ରଦାନ କରାଯାଇଛି।

khfhkhkhk

ଖଣ୍ଡଗିରି: ଅଧାରୁ ପାଠ ଛାଡ଼ି ଶ୍ରମିକ ରୂପେ କାମ କରିବାପରେ ପୁଣି ଶ୍ରେଣୀଗୃହକୁ ଫେରିଥିବା ଶୁଭ୍ରାଂଶୁ ସ୍ବାଇଁଙ୍କୁ ପିକକ୍ ଅନୁଷ୍ଠାନ ପକ୍ଷରୁ ‘ବିଜୟ ପଟ୍ଟନାୟକ ମେମୋରିଆଲ୍‌ ଆୱାର୍ଡ-୨୦୨୪’ ପ୍ରଦାନ କରାଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବାସଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା କୁସୁଡ଼ା ବ୍ଲକ୍ ଗୁଜୁଡ଼ିହ ଗ୍ରାମର ପ୍ରେମାନନ୍ଦ ସ୍ବାଇଁଙ୍କ ପୁତ୍ର ଶୁଭ୍ରାଂଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିବାରୁ ତାଙ୍କୁ ଏହି ପୁରସ୍କାର ସହିତ ୨୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ ପରିଚାଳନା ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ, ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଟ୍ରଷ୍ଟି ଆଶିଷ ମହାନ୍ତି, ସ୍ବରୂପ ମହାପାତ୍ର ତଥା ଭୋଗରାଇ ବ୍ଲକ୍ ସଂଯୋଜକ ନାରାୟଣ ଦାସ ଉପସ୍ଥିତ ରହି ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe