ବଲାଙ୍ଗୀରରୁ ୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ, ୩୩ଜଣ ଗିରଫ

Advertisment
ବଲାଙ୍ଗୀରରୁ ୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ, ୩୩ଜଣ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ସହରରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର କଫ୍ ସିରପ ଜବତ କରିଛି ପୁଲିସ। ଏହାସହ ୩ଟି ଦାମୀ ଗାଡ଼ି ବି ଜବତ କରାଯାଇଛି। ଖାଲି ସେତିକି ନୁହେଁ, ଏହି ମାମଲାରେ ରାଜ୍ୟର ବରଗଡ଼, କଟକ, ବଲାଙ୍ଗୀର ଜିଲ୍ଲା ସମତେ ରାଜ୍ୟ ବାହାରୁ ୩୩ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଅନୈତିକ ଉପାୟରେ ଏସକଫ୍ କଫ୍ ସିରପ ରାକେଟ ଚଳାଉଥିଲେ। ବଲାଙ୍ଗୀର ଟାଉନ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ଏସପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ବଲାଙ୍ଗୀର ଟାଉନ ଥାନା ପୁଲିସ ପେଟ୍ରୋଲିଂ ସମୟରେ କଫ୍‌ସିରପ୍‌ ଜବତ କରିବା ସହ ରାଜ କୁମ୍ଭାର ଓ ରକି ବାରିକ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜ ସିଭିଲ କୋର୍ଟ ପଛପଟ ଅଂଚଳରେ ବେଆଇନ ଭାବେ କଫ୍‌ସିରପ୍‌ ବିକ୍ରି କରୁଥିଲା।ଖବର ପାଇ ପେଟ୍ରୋଲିଂ ଗାଡ଼ି ପହଞ୍ଚି ତାକୁ ଗିରଫ କରିବା ସହ ତା ପାଖରୁ ୪୯ ବୋତଲ ଏସ୍‌କଫ୍‌ କଫ୍‌ସିରପ୍‌, ୧୩୪ ଷ୍ଟ୍ରିପ୍‌ ନିଶା ବଟିକା, ୬ ହଜାର ୮୦ ଟଙ୍କା ଜବତ କରିଥିଲା। ସେହିପରି ରକି କନ୍ଧପାଲିଠାରେ କଫ୍‌ସିରପ୍‌ ବିକ୍ରି କରୁଥିବା ସମୟରେ ପୁଲିସ ଚଢ଼ଉ କରିଥିଲା। ତା ପାଖରୁ ମଧ୍ୟ ୪୧ ବୋତଲ କଫ୍‌ସିରପ୍‌ ଓ ନିଶା ବଟିକା ପୁଲିସ ଜବତ କରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe