NDTV.com
ବରଗଡ଼: ବରଗଡ଼ ଟାଉନ୍ ପୁଲିସ୍କୁ ବଡ଼ଧରଣର ସଫଳତା ମିଳିଛି। ସହର ଭିତରେ କଫ୍ସିରପ୍ କାରବାର କରୁଥିବା ଗୋଟିଏ ପରିବାରକୁ ପୁଲିସ୍ ଧରିଛି। ଅଭିଯୁକ୍ତମାନେ ହେଲେ ବାନ୍ଦୁଟିକ୍ରା ସୁନାରି ଗଳିର ଶ୍ୟାମ ମେହେର, ସ୍ତ୍ରୀ ଯମୁନା ମେହେର ଏବଂ ଝିଅ ପିଙ୍କି ମେହେର।
ଶକ୍ତିନଗରଠାରେ ପିଙ୍କି ରହୁଥିବା ଭଡ଼ାଘରେ ପୁଲିସ୍ ଚଢ଼ଉ କରିଥିଲା। ସେଠାରୁ ୨୩୨୫ ବୋତଲ୍ ସିରପ୍, ନିଶା ବଟିକା ଏବଂ ମିଶ୍ରିତ ତରଳ ନିଶା ଦ୍ରବ୍ୟ ଜବତ ହୋଇଛି। ଶ୍ୟାମ ଏହି ନିଶା କାରବାର କରୁଥିଲା। ଚଢ଼ଉ ବେଳେ ଯମୁନା ଏବଂ ପିଙ୍କି ଫେରାର୍ ମାରିଥିଲେ। ପରେ ଯମୁନାକୁ ଧରା ଯାଇଥିଲା।
Follow Us