Image Courtesy of NDTV
ବଲାଙ୍ଗୀର: ବଲାଙ୍ଗୀରରେ ନିଶା କାରବାର ବଢ଼ି ଚାଲିଛି। ଶୁକ୍ରବାର ଟାଉନ ଥାନା ପୁଲିସ କଫ୍ସିରପ୍ କାରବାର ଉପରେ ଚଢ଼ଉ କରି ୫୫ ବୋତଲ କଫ୍ସିରପ୍ ଜବତ କରିଛି। ଏହି ମାମଲାରେ ପୁଲିସ ତେଲିଗୋଠପଡ଼ାର ମାନସ ପୁରୋହିତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ବରପାଲିପଡ଼ାର ମଣ୍ଟୁ ଜେନା, କୃଷ୍ଣ ଜେନା, କୁନ୍ତି ଜେନା, ଚିଣ୍ଟୁ ଜେନାଙ୍କ ଏହି କାରବାରରେ ସଂପୃକ୍ତି ଥିବା ପୁଲିସ କହିଛି। ମଣ୍ଟୁ ଜେନା ଘରେ ଚଢ଼ଉ କରି ପୁଲିସ ମାନସକୁ କାବୁ କରିଥିବା ଏସ୍ପି ନିତିନ କୁଶଲକର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ବଲାଙ୍ଗୀର ପୁଲିସ ନିଶା ମାଫିଆଙ୍କ ଉପରେ ଚଢ଼ଉ ଜାରି ରଖିଛି। ଏହି କାରବାରରେ ସଂପୃକ୍ତ ଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଥିଲା। ଏବେ ମାନସକୁ ଗିରଫ କରିବା ପରେ ପୁଲିସ କଫ୍ସିରପ୍ କାରବାର ଖିଅ ଖୋଜିବା ଆରମ୍ଭ କରିଛି।
Follow Us