କଫ୍‌ସିରପ୍‌ ଜବତ, ଜଣେ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ସୋନପୁର : ବେଆଇନ କଫ୍‌ସିରପ୍‌ ବିକ୍ରି କରୁଥିବା ଅଭିଯୋଗରେ ସୋନପୁର ପୁଲିସ ସୋନପୁର ବଡ଼ବଜାର ଅଞ୍ଚଳର ହରିଶଙ୍କର ଦାଶ (୪୫)ଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଅଭିଯୁକ୍ତ ହରିଶଙ୍କର ରାମେଶ୍ବର ମନ୍ଦିର ନିକଟରେ ବେଆଇନ କଫ୍‌ସିରପ୍‌ ବିକ୍ରି କରୁଥିବା ସମୟରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ତା’ ନିକଟରୁ ୧୦ଟି କଫ୍‌ସିରପ୍‌ ବୋତଲ ଏବଂ ୩ ଷ୍ଟ୍ରିପ୍‌ ନିଶା ବଟିକା ଜବତ କରାଯାଇଥିଲା। ଏହି ଘଟଣାରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହରିଶଙ୍କରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe