ଆମ୍ବୁଲାନ୍ସରେ କଫ୍‌ ସିରପ୍‌ ଚାଲାଣ: ୨ ଗିରଫ, ଜଣେ ଫେରାର୍‌

Advertisment

ନିଶା ମାଫିଆଙ୍କୁ ଧରିବାକୁ ପୁଲିସ ବହୁ କସରତ କରୁଛି। କିନ୍ତୁ ପୁଲିସକୁ ଚକ୍‌ମା ଦେବା ପାଇଁ ମାଫିଆ ମଧ୍ୟ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ଏଭଳି ଏକ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ।

ନିଶା ମାଫିଆଙ୍କୁ ଧରିବାକୁ ପୁଲିସ ବହୁ କସରତ କରୁଛି। କିନ୍ତୁ ପୁଲିସକୁ ଚକ୍‌ମା ଦେବା ପାଇଁ ମାଫିଆ ମଧ୍ୟ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ଏଭଳି ଏକ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ।

gjgjgjbn

ବଲାଙ୍ଗୀର: ନିଶା ମାଫିଆଙ୍କୁ ଧରିବାକୁ ପୁଲିସ ବହୁ କସରତ କରୁଛି। କିନ୍ତୁ ପୁଲିସକୁ ଚକ୍‌ମା ଦେବା ପାଇଁ ମାଫିଆ ମଧ୍ୟ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ଏଭଳି ଏକ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ। ଘରୋଇ ଆମ୍ବୁଲାନ୍ସ ଗାଡ଼ି ଭିତରେ କଫ୍‌ ସିରପ୍‌ ଏବଂ ନିଶା ବଟିକା ଚାଲାଣ ହେଉଥିବାବେଳେ ପୁଲିସ ଏହାକୁ ଧରିବାରେ ସଫଳ ହେଉଛି। ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଗାଁର ରାକେଶ ଓରଫ୍‌ ମିଲୁ ପଧାନ ଏବଂ ବଲାଙ୍ଗୀର ଶାସ୍ତ୍ରୀନଗରର ବବଲୁ ଓରଫ୍‌ ହରିହର ମିଶ୍ର। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି।

ଆମ୍ବୁଲାନ୍ସରେ ବିପୁଳ ନିଶା ସାମଗ୍ରୀ ଚାଲାଣ ‌ହେଉଥିବା ବଲାଙ୍ଗୀର ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ବିଶାଲ ମେଗାମାର୍ଟ ସାମନାରେ ନାକାବନ୍ଦୀ କରି ପୁଲିସ ଆମ୍ବୁଲାନ୍ସକୁ ଅଟକାଇଥିଲା। ଏଥିରୁ ୧୮ ଶହ ବୋତଲ କଫ୍‌ ସିରପ୍‌ ଜବତ ହୋଇଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଅନ୍ୟ ଏକ ଚାରିଚକିଆ ଗାଡ଼ି ଏବଂ ସ୍କୁଟି ପୁଲିସ ଜବତ କରିଛି। ମାମଲାର ତଦନ୍ତ ପରେ ଏହି ରୢାକେଟ୍‌ର ଚେର କେତେ ଦୂର ଯାଏଁ ଲମ୍ବିଛି, ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe