Advertisment

ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ୩ ଲକ୍ଷ ଟଙ୍କାର କଫସିରପ ଜବତ, ଜଣେ ଗିରଫ

Advertisment
ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ୩ ଲକ୍ଷ ଟଙ୍କାର କଫସିରପ ଜବତ, ଜଣେ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ ସ୍କର୍ପିଓ କାରରୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର  କଫସିରପ ଜବତ କରିଥିବା ଜଣାପଡ଼ିଛି। ଏଥି ସହିତ ଚୋରା ଚାଲାଣରେ ବ୍ୟବହୃତ ସ୍କର୍ପିଓ ମଧ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପ୍ରାପ୍ତ ସୂଚନା ମତେ ଭୁବନେଶ୍ୱରରୁ ଏକ ସ୍କର୍ପିଓ ଯୋଗେ ବଲାଙ୍ଗୀରକୁ କଫସିରପ ଚୋରା ଚାଲାଣ ହେଉଥିବା  ଖବର ପାଇ ପୁରୁଣାକଟକ ପୁଲିସ ଚାରିଛକ-ପୁରୁଣାକଟକ ରାସ୍ତାରେ ଅଟକାଇ ଚେକିଂ କରିଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ଏସକଫ କମ୍ପାନିର ୧୬ ପେଟିରେ ୨୫୬୦ ବୋତଲ କଫସିରପ ବାହାରିଥିଲା। ଜବତ କଫସିରପର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଡ଼ରପାଲି ଗ୍ରାମର ପରମେଶ୍ୱର ବାଗଙ୍କ ପୁଅ ଶ୍ୱେତାମ୍ବର ବାଗ(୩୦)କୁ ଗିରଫ କରିଛି। ଏଥିସହ ପୁଲିସ ଏ ନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜ୍ଜୁ କରି ଏହି କାରବାରରେ ଅନ୍ୟ କାହାର ସମ୍ପୃକ୍ତି ଅଛି ନା ନାହିଁ ତାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe