କାଉନସିଲରଙ୍କ ଆମରଣ ଅନଶନ,ବିଧାନସଭାରେ ଉଠିଲା ପ୍ରସଙ୍ଗ

କାଉନସିଲରଙ୍କ ଆମରଣ ଅନଶନ,ବିଧାନସଭାରେ ଉଠିଲା ପ୍ରସଙ୍ଗ

Kalinga TV

ଦେବଗଡ଼: ଦେବଗଡ଼ ପୌର ପରିଷଦ ସମ୍ମୁଖରେ ୧୫ ଦଫା ଦାବି ନେଇ ପ‌ୌରପରିଷଦର ଉପନଗରପାଳ ପ୍ରଜିତ ଭୋଜ, ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତା, କାଉନସିଲର ଇତିଶ୍ରୀ ମିଶ୍ର, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା , କାର୍ତ୍ତିକ ମହାକୁଳ, ମଧୁସୂଦନ ବାଘ ପ୍ରମୁଖ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ  ଅନଶନରେ ବସିଥିଛନ୍ତି। ବୁଧବାର ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ କରିଥିଲେ।

ଏହା ସହିତ ଦଳୀୟ ମନୋଭାବ ରଖି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ଓ କାଉନସିଲରଙ୍କ ବିନା ଅନୁମୋଦନରେ ବହୁ କାର୍ଯ୍ୟ କରାଯାଉଛି। ଏଥିରେ ବହୁ ଦୁର୍ନୀତି ହୋଇଥିବା ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଥିଲେ। ଏହା ସହିତ ସହରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସଂପର୍କରେ ମଧ୍ୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହି ବର୍ଦ୍ଧିତ ଟ୍ୟାକ୍ସକୁ ହ୍ରାସ କରିବା ପାଇଁ ଦାବି କରିଥିଲେ। ତେବେ ଏନେଇ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ପଦକ୍ଷେପ ନେବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe