ନକଲି ଔଷଧ କାରବାର, ଜଣେ ଗିରଫ

Advertisment
ନକଲି ଔଷଧ କାରବାର, ଜଣେ ଗିରଫ

ବରଗଡ଼ : କିଛିଦିନ ହେଲା ରାଜ୍ୟରେ ନକଲି ଔଷଧ ପ୍ରସ୍ତୁତି ଏବଂ ବିକ୍ରି ନେଇ ଉଦ୍‌ବେଗଜନକ ସ୍ଥିତି ଲାଗି ରହିଥିଲା। ନକଲି ଔଷଧ କାରବାର ଅଭିଯୋଗରେ ବରଗଡ଼ ସହରର ଅଶୋକ ମେଡିକାଲ୍‌ ମାଲିକ ସୁନୀଲ ଅଗ୍ରୱାଲ୍‌ଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ବରଗଡ଼ ପହଂଚି ତନାଘନା କରିଥିଲା। ପରେ ସୁନୀଲଙ୍କୁ ଟାଉନ୍‌ ଥାନାରେ ଅଟକ ରଖାଯାଇଥିଲା। ପଚରାଉଚୁରା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ଚଢ଼ଉ କରିଥିଲା। ବରଗଡ଼ ସହର ବି କିଛିଦିନ ତଳେ ଚଢ଼ଉ ହୋଇଥିଲା। ବରଗଡ଼ ସହରରେ ଥିବା ଅଶୋକ ମେଡିକାଲ୍‌ରେ ଚଢ଼ଉ ପରେ କିଛି ଆପତ୍ତିଜନକ ଔଷଧ ଜବତ ହୋଇଥିଲା। ସେଗୁଡ଼ିକୁ ଯାଂଚ ପାଇଁ ଫରେନ୍ସିକ୍‌ ଲାବ୍‌କୁ ପଠାଯାଇଥିଲା। ପରୀକ୍ଷା ପରେ ଔଷଧ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ବରଗଡ଼ ଡ୍ରଗ୍‌ ଇନ୍‌ସପେକ୍ଟର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe