ନକଲି ଔଷଧ କାରବାର: ଉତ୍ତରପ୍ର‌ଦେଶରୁ ୫ ଅଭିଯୁକ୍ତ ଗିରଫ

Advertisment
ନକଲି ଔଷଧ କାରବାର: ଆତ୍ମସମର୍ପଣ ପରେ ଦୁଇ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲାରେ ନକଲି ଔଷଧ କାରବାର ପେଡ଼ି ଧୀରେ ଧୀରେ ଖୋଲିବାକୁ ଲାଗିଛି। ବରଗଡ଼ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ ମିଳିତ ଭାବେ ଚଢ଼ଉ କରି ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ବାରାଣାସୀ ଜିଲ୍ଲାର ସୋନାରପୁରର ଶୁଭମ ଜୟସ୍ବାଲ, ରାଜଘାଟ ଗଙ୍ଗାନଗରର ରିତେଶ ଜୟସ୍ବାଲ, ଦାରାନଗରର ଚନ୍ଦ୍ରଶେଖର ସିଂହ, ପଠାନ ଦରୱାଜାର ଗୌରବ ଶର୍ମା ଏବଂ ବଡ଼ିପ୍ୟାରୀ ଅଂଚଳର ଅଭିଷେକ ସିଂହ। ସେମାନଙ୍କୁ ଉତ୍ତରପ୍ରଦେଶରୁ ବରଗଡ଼ ଅଣାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ନକଲି ଔଷଧ କାରବାରରେ ଗତ ଜାନୁଆରି ମାସରେ ସହରର ଅଶୋକ ମେଡିକାଲ୍‌ ମାଲିକ ସୁନୀଲ ଅଗ୍ରୱାଲ୍‌କୁ ଗିରଫ କରାଯାଇଥିଲା। ସୁନୀଲ୍‌କୁ ଜେରା ପରେ ଉତ୍ତରପ୍ରଦେଶ ଲିଙ୍କ୍‌ ମିଳିଥିଲା।

ପୁଲିସ୍‌ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ୨୫ କିସମର ନକଲି ଔଷଧ ପ୍ରସ୍ତୁତ କରିବା ସହ ବିତରଣ କରୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭମ୍ ନାମରେ ବେବି, ଅଭିଷେକ ନାମରେ ଗୁରୁପ୍ରିୟା ଏବଂ ଚନ୍ଦ୍ରଶେଖର ନାମରେ ପାଲାମ୍‌ ନାମକ କମ୍ପାନି ଥିଲା। ଏହି କାରବାରରେ ଗୌରବ ଏବଂ ରିତେଶ ମଧ୍ୟସ୍ଥି ସାଜି ବିଭିନ୍ନ ସ୍ଥାନକୁ ନକଲି ଔଷଧ ବିତରଣ କରୁଥିଲେ। କିନ୍ତୁ ଉଭୟଙ୍କ ପାଖରେ କିଛି ବ୍ୟବସାୟିକ ଲାଇସେନ୍ସ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe