ନକଲି ଔଷଧ କେଳେଙ୍କାରୀ: ଧରାପଡ଼ିଲା ବିହାରୀ ମାଫିଆ

ନକଲି ଔଷଧ କାରବାର: ଆତ୍ମସମର୍ପଣ ପରେ ଦୁଇ ଗିରଫ

କଟକ : ଉଚ୍ଚରକ୍ତଚାପ ଔଷଧ ‘ଟେଲମା ୪୦’ ନକଲି କେଳେଙ୍କାରୀ ଘଟଣା ପଛରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଔଷଧ ମାଫିଆ ବିକାଶ କୁମାର ଧରାପଡ଼ିଛି। କଟକ ପୁରୀଘାଟ ଥାନାର ଏକ ସ୍ବତନ୍ତ୍ର ଟିମ୍‌ ବିହାରର ପାଟଣାରୁ ତାକୁ ଗିରଫ କରିବା ସହିତ ବୁଧବାର ଅପରାହ୍ନରେ କଟକ ଅଣାଯାଇ ଜେରା କରାଯାଉଛି।

ସୂଚନା ଅନୁଯାୟୀ, ପାଟଣାର ବିକାଶ ନକଲି ଔଷଧ କାରବାର ପାଇଁ ଏକ ଗୋଦାମ ଖୋଲିଥିଲା। ସେ ବିହାର ଗୟା ଜିଲ୍ଲା ରାମପୁରର ଆଲୋକ କୁମାର ମିଶ୍ରା ଓ ହରିଶ କୁମାରଙ୍କ ମାଧ୍ୟମରେ କଟକକୁ ଦୁଇକୋଟି ଟଙ୍କାର ନକଲି ଔଷଧ ପଠାଇଥିଲା। ଗୟାରେ ବାଲାଜୀ ଡ୍ରଗ୍ ଓ ବାଲାଜୀ ଡ୍ରଗ୍ ପଏଣ୍ଟ ନାମରେ ଥିବା ଦୁଇଟି ନକଲି ସଂସ୍ଥା ମାଧ୍ୟମରେ ଏହି ଔଷଧ ବିକାଶ ପଠାଇଥିବା ତଦନ୍ତରୁ ଜଣାପଡିଛି। ଆଲୋକ ଓ ହରିଶ ଏହି ନକଲି ଔଷଧ ବିକାଶଠୁ କିଣିବାପରେ କଟକର ଦୁଇ ବ୍ୟବସାୟୀ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କୁ ବିକ୍ରି କରିଥିଲେ।

ବର୍ତ୍ତମାନ ସୁଦ୍ଧା ଏହି ନକଲି ଔଷଧ କାରବାର ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe