ଜାଲ ନୋଟ ଉଦ୍ଧାର ମାମଲା: ଅଭିଯୁକ୍ତ ଜେଲ୍‌ ଗଲା

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ପାଟଣାଗଡ଼: ଜାଲ ନୋଟ ଉଦ୍ଧାର ମାମଲାରେ ଅଟକ ଥିବା ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ପଞ୍ଚାୟତ ଡୁମେରପଦର ଗାଁର ରୋହିତ ଦାସ (୧୯ବର୍ଷ) ଶନିବାର ଜେଲ୍‌ ଯାଇଥିବା ସୂଚନା ମିଳିଛି। ପୁଲିସର ସୂଚନା ଅନୁଯାୟୀ, ରୋହିତ ଶୁକବ୍ରାର ସଉଦା କିଣିବା ପାଇଁ ଦୀପକ ତେଜରାତି ଦୋକାନକୁ ଯାଇଥିଲା।

ସେଠାରେ ୩୮୦ ଟଙ୍କାର ସଉଦା କିଣିବା ପରେ ୨ଟି ୨୦୦ ଟଙ୍କିଆ ନୋଟ ଦେଇଥିଲା। ଦୀପକ ଏହା ଜାଲ ନୋଟ ବୋଲି ଜାଣିବା ପରେ ସରପଞ୍ଚ ଚତୁର୍ମୁଖ ମେହେରଙ୍କୁ ସୂଚନା ଦେଇଥିଲେ। ସରପଞ୍ଚ ରୋହିତଙ୍କୁ ଡକାଇ ପଚରା ଉଚୁରା କରିବାରୁ ତାର ଜଣେ ସାଙ୍ଗ ଏହି ନୋଟ ଦେଇଥିବା କହିଥିଲା। ତା ପାଖରୁ ପୁଲିସ ୪ଟି ୨୦୦ ଟଙ୍କିଆ ଜାଲ ନୋଟ ଜବତ କରିଥିଲା। ଏନେଇ ଥାନା କେସ୍‌ ନଂ ୭୯/୨୨ରେ ଏକ ମାମଲା ରୁଜୁ କରି ଶନିବାର ରୋହିତକୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe