ଜନସେବା କେନ୍ଦ୍ରରେ ନକଲି ନୋଟ୍‌ ଛାପା ଚାଲିଥିଲା

Advertisment

୧୫ ଲକ୍ଷ ସାଢ଼େ ୧୨ ହଜାର ଟଙ୍କାର ନକଲି ନୋଟ୍ ଜବତ, ୨ ଗିରଫ

୧୫ ଲକ୍ଷ ସାଢ଼େ ୧୨ ହଜାର ଟଙ୍କାର ନକଲି ନୋଟ୍ ଜବତ, ୨ ଗିରଫ

ରାଜ୍ୟରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର: ୪ ମାସରେ ଜବତ ହେଲାଣି ଅଧ କୋଟି

ଯୁଯୁମୁରା : ସମ୍ବଲପୁର ଜିଲ୍ଲାରେ ନକଲି ନୋଟ କାରବାରରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ୟାପକ ତନାଘନା ପରେ ଜନସେବା କେନ୍ଦ୍ର ପରିସରରେ ନକଲି ନୋଟ୍ ଛାପା କାରଖାନା ଚାଲିଥିବା ଜଣାପଡ଼ିଛି।

publive-image

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବଣଜଙ୍ଗଲ ଘେରା ଛାମୁଣ୍ଡା ପଞ୍ଚାୟତର ନୂଆ ଅଢ଼ାପଡ଼ାରେ ଥିବା ଜନସେବା କେନ୍ଦ୍ରରେ ଦିନ ବେଳା ଲୋକଙ୍କ ବିଭିନ୍ନ କାମ ହେଉଥିବା ବେଳେ ରାତିରେ ନୋଟ ଛପାଯାଉଥିଲା। ଯୁଯୁମୁରା ଥାନା ପୁଲିସ ଏହାର ସୁରାକ୍ ପାଇପାରିନଥିବା ବେଳେ ଷ୍ଟେଟ ଟାସ୍କଫୋର୍ସ(ଏସ୍‌ଟିଏଫ୍‌) କିନ୍ତୁ ଏହାର ସୂଚନା ପାଇଥିଲା। ଏସ୍‌ଟିଏଫ୍ ଇନ୍ସପେକ୍ଟର ଜଗନ୍ନାଥ ପ୍ରସାଦ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆସି ନୂଆ ଅଢ଼ାପଡ଼ାରେ ପପୁ ଓରଫ ପୋଦାର ପ୍ରସାଦ ସାହୁର ଜନସେବା କେନ୍ଦ୍ରରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୧୫ ଲକ୍ଷ ସାଢ଼େ ୧୨ ହଜାର ଟଙ୍କାର ନକଲି ନୋଟ୍ ମିଳିଥିଲା। ଜବତ ନୋଟରେ ୧୪ ଲକ୍ଷ ୩୨ ହଜାର ୫୦୦ ଟଙ୍କାର ୫୦୦ ଟଙ୍କିଆ ନୋଟ ରହିଛି। ସେହିପରି ୮୦ ହଜାର ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ ମିଳିଥିଲା। ଏସ୍‌ଟିଏଫ୍ ନକଲି ନୋଟ ଛପାକାମରେ ବ୍ୟବହୃତ ଦୁଇଟି ଲାପ୍‌ଟପ୍‌, ଗୋଟିଏ କଲର୍ ପ୍ରିଣ୍ଟର, ଗୋଟିଏ କି-ବୋର୍ଡ, ୧୦ଟି ଜିଓ ସିମ୍‌ କାର୍ଡ, ୨ଟି କଳା ରଂଗର ଲାପ୍‌ଟପ୍‌ ବ୍ୟାଗ, ଗୋଟିଏ ମିନି ଏଟିଏମ୍‌ କାର୍ଡ ସ୍ବାଇପର ଓ ଗୋଟିଏ ଏଚ୍‌ପି ମାଉସ୍‌ ଜବତ ହୋଇଛି। ପପୁ ସହିତ ତା’ର ସହଯୋଗୀ ବୁର୍ଡା ଗାଁର ଜନ୍ମଜୟ ବାଗ (୩୨)କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ଉଭୟଙ୍କ ନାଁରେ ଯୁଯୁମୁରା ଥାନାରେ ଆଇପିସିର ଧାରା ୪୮୯-ଏ, ୪୮୯-ବି, ୪୮୯-ସି, ୪୮୯-ଡି, ୧୨୦(ବି)ରେ ଏକ ମାମଲା ୧୦୪/୧୩.୭.୨୦୨୨ ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

publive-image

କେମିତି ଚାଲିଥିଲା ନୋଟ୍ ତିଆରି ?
ନକଲି ନୋଟ ତିଆରି ପାଇଁ ପପୁ ତାଲିମ ନେଇଥିବା କୁହାଯାଉଛି। ପ୍ରଥ‌ମେ ଏକ ଅସଲି ୫୦୦ କିମ୍ବା ୨୦୦ ଟଙ୍କିଆ ନୋଟକୁ ସ୍କାନିଂ କରିଦିଆଯାଉଥିଲା। ଏହାପରେ କଲର ପ୍ରିଣ୍ଟର ଜରିଆରେ ଏ-୪ ସାଇଜ୍ କାଗଜରେ ପ୍ରିଣ୍ଟ ଦିଆଯାଉଥିଲା। ଏହି ସାଇଜ୍‌ର ଗୋଟିଏ ଖଣ୍ଡରେ ଏକ ସଙ୍ଗରେ ୩ଟି ନୋଟ୍ ବାହାରୁଥିଲା। ନକଲି ଛପା କାମରେ ଅଳ୍ପଦିନ ତଳେ ଆରମ୍ଭ କରିଥିବା କହାଯାଉଛି। ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁସା‌ରେ, ଗତ ଗୁରୁବାର ଦିନ ଯୁଯୁମୁରା ହାଟକୁ ଜଣେ ବ୍ୟକ୍ତି ଜିନିଷ ନେଇ ଏଭଳି ଗୋଟିଏ ୫୦୦ ଟଙ୍କିଆ ନୋଟ୍ ଏବଂ ୩ଟି ୨୦୦ ଟଙ୍କିଆ ନୋଟ୍ ଦେଇଥିଲା। ସଂପୃକ୍ତ ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ସେ ଟଙ୍କା ନେବାକୁ ମନା କରିଦେଇଥିଲେ। କାହାଠାରୁ ଏଭଳି ନୋଟ୍‌ ଆଣିଲେ ବୋଲି ପଚାରିବାରୁ ସଂପୃକ୍ତ ଯୁବକ ଜଣକ କିଛି କହିନଥିଲା ଏବଂ ଅସଲି ନୋଟ୍‌ ଦେଇ ଚାଲିଯାଇଥିଲା ବୋଲି ସଂପୃକ୍ତ ବ୍ୟବସାୟୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe