ପୁରୀ ଜିଲ୍ଲାର ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ

Advertisment
ପୁରୀ ଜିଲ୍ଲାର ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ

image source-Dailyhunt

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଥିବାର ଖବର ମିଳିଛି। ସକାଳ ୬ଟାରୁ ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି।
ଏଥିଲାଗି ରେଞ୍ଜକୁ ୪ଟି ଜୋନରେ ଭାଗ କରାଯାଇଛି। ଏଥିରେ ସୁନାମୁହିଁରୁ ବରକୁଦି, ବ୍ରହ୍ମଗିରି ଢ଼ବା ଛକରୁ ଗୋଲରା, କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦ ଯାଏଁ ଏହି ଗଣନା ଚାଲିଛି। ଏହି ପକ୍ଷୀ ଗଣନା କାର୍ଯ୍ୟରେ ମୋଟ ୨୫ଜଣ ନିୟୋଜିତ ହୋଇଛନ୍ତି। ଗତବର୍ଷ ଏହି ରେଞ୍ଜରେ ୧୦୧ ପ୍ରଜାତିର ପ୍ରାୟ ୯୦ ହଜାର ୭୬୩ଟି ବଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲେ। ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe