ଭୁବନେଶ୍ୱର ଗଳି କନ୍ଦିରେ ୩,୫୦୦ ରୁ ୪,୦୦୦ କିମି ପର୍ଯ୍ୟନ୍ତ ଅଞ୍ଚଳରେ ଗଣନା କରାଯିବ ବୁଲା କୁକୁର

ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି। କୁକୁରମାନେ ଚଲାବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି। ସକାଳ ୭ଟା ପରେ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି। ତେଣୁ ଆମେ ଭୋର୍ ୫ ଟାରୁ ୭ଟା ପର୍ଯ୍ୟନ୍ତ ଗଣନା ସମୟ ନିର୍ଦ୍ଧାରିତ କରିଛୁ...

Counting of stray dogs to be carried out in an area of ​​3,500 to 4,000 km

Counting of stray dogs to be carried out in an area of ​​3,500 to 4,000 km

ଭୁବନେଶ୍ବର: ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି। କୁକୁରମାନେ ଚଲାବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି। ସକାଳ ୭ଟା ପରେ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି। ତେଣୁ ଆମେ ଭୋର୍ ୫ ଟାରୁ ୭ଟା ପର୍ଯ୍ୟନ୍ତ ଗଣନା ସମୟ ନିର୍ଦ୍ଧାରିତ କରିଛୁ। ପ୍ରତେକ ସାହି ଓ ୱାର୍ଡରେ ୫ ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ସେମାନେ ସ୍ଥିତି ବୁଲି ଦେଖିବେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ଟିମ୍ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ। ଭୁବନେଶ୍ୱରରେ ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ୩,୫୦୦ ରୁ ୪,୦୦୦ କିଲୋମିଟର ଅଞ୍ଚଳ ରହିଛି।

ଆମର ମାନବ ସମ୍ବଳ ଥିବାରୁ ଆମେ ଏଆଇ ଟେକ୍ନୋଲୋଜି ବ୍ୟବହାର କରୁନାହୁଁ। ସ୍କୁଲ, ଆପର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ କୁକୁରମାନେ ଶୋଇ ରହୁଛନ୍ତି ତାକୁ ଆମେ ନଜରରେ ରଖି ଗଣନା କରୁଛୁ। ଭେଟନାରୀ ଡାକ୍ତରଙ୍କ ତତ୍ତ୍ୱବଧାନରେ ବୁଲା କୁକୁରଙ୍କ ଗଣତି ଚାଲିଛି ବୋଲି ବିଏମସି କମିସନର ଚଞ୍ଚଲ ରାଣା ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe