ଜଣେ ଯୋଗ୍ୟ ସନ୍ତାନ ହରାଇଲା ଦେଶ: ରାଜ୍ୟପାଳ

Advertisment

ପ୍ରଣବ ଥିଲେ ଭାରତର ଯଶସ୍ବୀ ସନ୍ତାନ: ମୁଖ୍ୟମନ୍ତ୍ରୀ, ଦେଶ ଜଣେ ଦିଗ୍‌ଦ୍ରଷ୍ଟାଙ୍କୁ ହରାଇଲା: ନିରଞ୍ଜନ

ପ୍ରଣବ ଥିଲେ ଭାରତର ଯଶସ୍ବୀ ସନ୍ତାନ: ମୁଖ୍ୟମନ୍ତ୍ରୀ, ଦେଶ ଜଣେ ଦିଗ୍‌ଦ୍ରଷ୍ଟାଙ୍କୁ ହରାଇଲା: ନିରଞ୍ଜନ

ଜଣେ ଯୋଗ୍ୟ ସନ୍ତାନ ହରାଇଲା ଦେଶ: ରାଜ୍ୟପାଳ

Deccan Chronicle

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ବ୍ୟକ୍ତ କରିଛନ୍ତି। ଟ୍ବିଟ୍‌ ଯୋଗେ ଜାରି କରିଥିବା ଶୋକ ବାର୍ତ୍ତାରେ ପ୍ରଫେସର୍‌ ଲାଲ୍‌ କହିଛନ୍ତି, ସ୍ବର୍ଗତଃ ମୁଖାର୍ଜୀ ଜଣେ ପ୍ରବୀଣ ରାଜ ନେତା ଥିଲେ। ତାଙ୍କର ବିୟୋଗ ଯୋଗୁ ଦେଶ ଏକ ଯୋଗ୍ୟ ସନ୍ତାନ ଓ ଉତ୍ତମ ସାଂସଦକୁ ହରାଇଲା। ଦୀର୍ଘ ୫୦ ବର୍ଷ ଧରି ରାଜନୈତିକ ଜୀବନରେ ସେ ଦେଶର ବିକାଶ ପାଇଁ ଯେପରି ତ୍ୟାଗ କରିଛନ୍ତି ତାହା ସବୁବେଳେ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କ ଅବର୍ତ୍ତମାନରେ ପରିବାର ବର୍ଗଙ୍କ ପ୍ରତି ରାଜ୍ୟପାଳ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ପ୍ରଣବ ଥିଲେ ଭାରତର ଯଶସ୍ବୀ ସନ୍ତାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ସ୍ବର୍ଗତଃ ମୁଖାର୍ଜୀ ଭାରତର ଜଣେ ଯଶସ୍ବୀ ସନ୍ତାନ ଥିଲେ। ତାଙ୍କ ଜୀବ ଦଶାରେ ସେ ସର୍ବଦା ଦୂରଦର୍ଶୀ ସମ୍ପନ୍ନ, ଅନ୍ତର୍ମୁଖୀ ଓ ସ୍ଥିର ନିଷ୍ଠ ଭାବେ ଦାୟିତ୍ବ ସମ୍ପାଦନ କରିଆସିଥିଲେ। ଜଣେ ପ୍ରଖ୍ୟାତ ରାଜନେତା ଭାବରେ ପ୍ରତ୍ୟେକ ବର୍ଗର ଲୋକଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ପ୍ରଶାସନରେ ଗଭୀର ଅନୁଭୁତି ଓ ସମଦର୍ଶୀ ବିଚାରଧାରା ଗୁଣ ଯୋଗୁ ସ୍ବର୍ଗତଃ ମୁଖାର୍ଜୀ ଅନ୍ୟମାନଙ୍କ ତୁଳନାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଜାତୀୟ ସ୍ତରରେ ସମସ୍ୟା ଦେଖାଦେଲେ ଏକମତ ସୃଷ୍ଟି କରି ସମାଧାନ କରିବାରେ ତାଙ୍କର ଦକ୍ଷତା ପାଇଁ ସେ ସବୁବେଳେ ଅବିସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଗୋଟିଏ ଗାରିମାମୟ ଜୀବନର ଅନ୍ତ ଘଟିଛି। ସ୍ବର୍ଗତଃ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ଦେଶ ଜଣେ ଦିଗ୍‌ଦ୍ରଷ୍ଟାଙ୍କୁ ହରାଇଲା: ନିରଞ୍ଜନ
ଭୁବନେଶ୍ୱର : ବିଗତ ୫୦ ବର୍ଷ ଧରି ଯିଏ ଏ ଦେଶକୁ ଦିଗଦର୍ଶନ ଦେଇଆସୁଥିଲେ ଆଜି ସିଏ ଦେହ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ମର୍ମାହତ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ନିଜର ଶୋକ ବାର୍ତ୍ତାରେ ଏପରି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏ ଦେଶ ଜଣେ ବିଖ୍ୟାତ ଦିଗ୍‌ଦ୍ରଷ୍ଟାଙ୍କୁ ହରାଇଲା ବୋଲି ସେ କହିଛନ୍ତି। ସ୍ବର୍ଗତଃ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe