ମା’ ଠାକୁରାଣୀ ମନ୍ଦିରରୁ ଦେଶୀ ବନ୍ଧୁକ ଜବତ୍

Advertisment
ମା’ ଠାକୁରାଣୀ ମନ୍ଦିରରୁ ଦେଶୀ ବନ୍ଧୁକ ଜବତ୍

ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ରାଣୀଡଙ୍ଗରୀ ଗ୍ରାମ ମା’ ଠାକୁରାଣୀ ମନ୍ଦିରରୁ ଏକ ଦେଶୀ ବନ୍ଧୁକ ଜବତ୍ ହୋଇଛି। ପ୍ରକାଶଯୋଗ୍ୟ ଯେ ବୁଧବାର ଅପରାହ୍ନ ୪ଟା ବେଳେ ରାଣୀଡଙ୍ଗରୀ ଗ୍ରାମର କିଛି ଯୁବକ ସ୍ଥାନୀୟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଲେ ବର୍ଷା ହୋଇଥିଲା। ବର୍ଷା ହେବାରୁ ଯୁବକ ମାନେ ସେହି ପୋଖରୀ ପାଖରେ ଥିବା ମାକ୍ଷ ଠାକୁରାଣୀ ମନ୍ଦିରରେ ଆଶ୍ରୟ ନେବାକୁ  ଯାଇଥିଲେ। ଏହି ସମୟରେ ମନ୍ଦିର ଭିତରେ ଏକ ଦେଶୀ ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମରେ ଚର୍ଚ୍ଚା ହେବାପରେ ଗ୍ରାମବାସୀ ଓ ଗ୍ରାମ ଝାଙ୍କର ସେହି ସ୍ଥାନକୁ ଯାଇ ବନ୍ଧୁକ ଥିବା ଦେଖିଥିଲେ। ଉକ୍ତ ବିଷୟକୁ ନେଇ ଗ୍ରାମବାସୀ ସିନାପାଲି ପୁଲିସକୁ ଜଣାଇଥିବା ବେଲେ ସିନାପାଲି ପୁଲିସ ଯାଇ ଘଟଣାସ୍ଥଳରୁ ବନ୍ଧୁକ ଜବତ୍ କରି ଅଧିକ ତଦନ୍ତ ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe